ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅ ଯଶୋବନ୍ତ ମହାପାତ୍ର କରୋନାରେ ମୃତୁ୍ୟବରଣ କରିଛନ୍ତି

ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅ ଯଶୋବନ୍ତ ମହାପାତ୍ର କରୋନାରେ ମୃତୁ୍ୟବରଣ କରିଛନ୍ତି

ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅ ଯଶୋବନ୍ତ ମହାପାତ୍ର କରୋନାରେ ମୃତୁ୍ୟବରଣ କରିଛନ୍ତି
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଆକ୍ରାନ୍ତଙ୍କ ସହ ମୃତକଙ୍କ ସଂଖ୍ୟା ବି ବଢିଚାଲିଛି । ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅ ଯଶୋବନ୍ତ ମହାପାତ୍ର ବି କରୋନାରେ ମୃତୁ୍ୟବରଣ କରିଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ୫୨ ବର୍ଷରେ ଦେହାନ୍ତ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସାଧୀନ ଥିଲେ । ଗତକାଲି ଅର୍ଥାତ ବୁଧବାର ସାନଭାଇ ତଥା କ୍ରିକେଟର ପ୍ରଶାନ୍ତ ମହାପାତ୍ରଙ୍କ ମୃତୁ୍ୟ ହୋଇଥିଲା । ଗତ ୧୨ ଦିନ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ କରୋନାରେ ମୃତୁ୍ୟ ହୋଇଥିଲା । ପିତାଙ୍କ ପଛେ ପଛେ ଚାଲିଗଲେ ଦୁଇ ପୁଅ । ଆଗ ପଛ ହୋଇ ମହାମାରୀରେ ଚାଲିଗଲେ ବାପା ଓ ୨ ପୁୃଅ । ୧୨ ଦିନ ମଧ୍ୟରେ ଏକ ବିଶିଷ୍ଟ ପରିବାରର ୩ ଜଣଙ୍କ କରୋନାରେ ମୃତୁ୍ୟ ହୋଇଛି । ପ୍ରକାଶ ଯେ, ଗତକାଲି ସକାଳ ୭ଟା ୫୧ରେ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ କରୋନାରେ ମୃତୁ୍ୟ ଘଟିଥିଲା । ସେ କରୋନାରେ ଆକ୍ରାନ୍ତ ହୋଇଥିଲେବି ସୁସ୍ଥ ହୋଇଯାଇଥିଲେ । ତାଙ୍କର କୋଭିଡ଼ ରିପୋର୍ଟ ନେଗେଟିଭ ଆସିଥିଲା । କିନ୍ତୁ ସେ ଭୀଷଣ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଏମସରେ ଭର୍ତି କରାଯାଇଥିଲା । ତେବେ ଗତକାଲି ତାଙ୍କର ମୃତୁ୍ୟ ଘଟିଥିଲା । ବାପାଙ୍କ ଭଳି ପ୍ରଶାନ୍ତ ନିହଣ ନଧରି ହାତରେ ବ୍ୟାଟ ଧରିଥିଲେ । ନବେଦଶକରେ ସେ ଥିଲେ ଓଡ଼ିଶାର ଚର୍ଚ୍ଚିତ ଖେଳାଳୀ । ଜଣେ ଓପନର ଭାବେ ସେ ବେଶ ଭଲ ପ୍ରଦର୍ଶନ କରିଥିଲେ । ଓଡ଼ିଶା ଟିମର ସେ କ୍ୟାପଟେନ ଥିଲେ । ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ସେ ବେଶ ପ୍ରଶଂସା ସାଉଁଟିଥିଲେ । କ୍ରିକେଟରୁ ଅବସର ନେବା ପରେ ସେ ବିସିସିଆଇର ରେଫରୀ ଭାବେ କାର୍ୟ୍ୟ କରୁଥିଲେ ।