ରାସ୍ତା ଉପରେ ଓଲଟିଲା ଯାତ୍ରୀବାହୀ ଅଟୋ, ଜଣେ ମୃତ
ଭଦ୍ରକ : ରାସ୍ତା ଉପରେ ଓଲଟିଲା ଯାତ୍ରୀବାହୀ ଅଟୋ । ଘଟଣାସ୍ଥଳରେ ଜଣେ ମୃତ ଓ ୪ ଆହତ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନ ଶିବବିନ୍ଧା ଛକ ନିକଟରେ ଓଲଟିଛି ।
ସୂଚନାଥାଉକି, ଯାତ୍ରୀବାହୀ ଅଟୋ ଭଦ୍ରକରୁ କେତେକ ଯାତ୍ରୀଙ୍କୁ ନେଇ ଧାମନଗର ଅଭିମୁଖେ ଯାଉଥିଲା । କୌଣସି କାରଣ ବଶତଃ ଶିବବିନ୍ଧା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ୫ ଜଣଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି ।
ତେବେ ମେଡିକାଲରେ ଜଣଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ଅନ୍ୟ ୪ ଜଣ ଚିକିତ୍ସିତ ହେଉଛନ୍ତି । ଧାମନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣାର କାରଣ ଖୋଜୁଛି ପୋଲିସ ।




admin 