ରାଜେନ୍ଦ୍ର ଆପାର୍ଟମେଂଟରେ ଅଗ୍ନିକାଣ୍ଡ ।

ରାଜେନ୍ଦ୍ର ଆପାର୍ଟମେଂଟରେ ଅଗ୍ନିକାଣ୍ଡ ।

ରାଜେନ୍ଦ୍ର ଆପାର୍ଟମେଂଟରେ ଅଗ୍ନିକାଣ୍ଡ ।
ଭୁବନେଶ୍ୱର ରାଜେନ୍ଦ୍ର ବିହାର ଆପଟମେଂଟରେ ଲାଗିଲା ନିଆଁ । ଗତକାଲି ବିଳମ୍ବିତ ରାତିରେ ନିୟୁ ଫରେଷ୍ଟ ପାର୍କ ନିକଟସ୍ଥ ରାଜେନ୍ଦ୍ର ଆପାର୍ଟମେଂଟରେ ନିଆଁ ଲଗିଥିବା ସୂଚନା ମିଳିଛି । ଆପାର୍ଟମେଂଟର ସମସ୍ତ ସଦସ୍ୟ ଶୋଇଥିବାବେଳେ ଏଭଳି ଅଘଟଣ ଘଟିଥିଲା । ଏହି ଅଗ୍ନିକାଣ୍ଡରେ କିଛି ଲୋକ ଆହତ ହୋଇଥିବାବେଳେ ଲକ୍ଷ ଲକ୍ଷ ଟଙ୍କାର ଆସବ ପତ୍ର ଜଳି ପାଉଁଶ ହୋଇଯାଇଛି । ଏନେଇ ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ନିଆାଁକୁ ଆୟତ କରିଥିଲେ । ତେବେ ଏହି ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବାବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।