ରାଜ୍ୟରର ୧୪୪ଟି ତହସିଲରେ ଅଧିକ ବାଲି ଚୋରାଚାଲାଣ ହେଉଛି : ରାଜସ୍ୱ ମନ୍ତ୍ରୀ

ରାଜ୍ୟରର ୧୪୪ଟି ତହସିଲରେ ଅଧିକ ବାଲି ଚୋରାଚାଲାଣ ହେଉଛି : ରାଜସ୍ୱ ମନ୍ତ୍ରୀ

ରାଜ୍ୟରର ୧୪୪ଟି ତହସିଲରେ  ଅଧିକ ବାଲି ଚୋରାଚାଲାଣ ହେଉଛି : ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରର ୧୪୪ଟି ତହସିଲ ଅତି ସମ୍ବେଦନଶୀଳଭାବେ ଚିହ୍ନଟ ହୋଇଛି । ୧୪୪ଟି ତହସିଲରେ ଅଧିକ ବାଲି ଚୋରାଚାଲାଣ ହେଉଛି । ଶୁକ୍ରବାର ବିଧାନସଭାରେ ବାଲି ଚୋରାଚାଲାଣ ନେଇ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଣି ଏହା କହିଛନ୍ତି । ସେ କହିଛନ୍ତି ଯେ, ୧୪୪ ତହସିଲରେ ଅଧିକ ମାତ୍ରାରେ ବାଲି ଚୋରାଚାଲାଣ କରାଯାଉଛି । ସେହି ଅଞ୍ଚଳରେ ଅଧିକ ଅଫିସର, ଆରଆଇ ଓ ଅମିନ ନିଯୁକ୍ତି ଦିଆଯାଇଛି । ଚୋରାଚାଲାଣ ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାଡ କରି ଅଫିସରଙ୍କୁ ନିଯୁକ୍ତିି ଦିଆଯାଇଛି ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି । ଶୁକ୍ରବାର ବାଲି ଚୋରା ଚାଲାଣ ନେଇ ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ତାତି ଦେଖିବାକୁ ମିଳିଥିଲା । ଉଭୟ ବିଜେପି ଓ କଂଗ୍ରେସ ସରକାରଙ୍କ ବାଲି ନୀତି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ । ସରକାର କାହିଁକି ବାଲି ନୀତି ଆଣୁନାହାନ୍ତି ବୋଲି ବିଜେପି ସଦସ୍ୟମାନେ ପ୍ରଶ୍ନ କରିଥିଲେ । ସବୁଠୁ ବଡ଼ କଥା ହେଲା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ବାଲି ନୀତିକୁ ଉଦବେଗ ପ୍ରକାଶ କରିବା ସହ ପ୍ରଶ୍ନ ମଧ୍ୟ କରିଥିଲେ । ତେବେ ରାଜସ୍ୱ ମନ୍ତ୍ରୀ ଗୃହରେ ନିଜର ଉତ୍ତର ରଖି କହିଥିଲେ ଯେ, ବିଦେଶକୁ ବାଲି ଚାଲାଣ ହେଉନାହିଁ । ୨/୩ଟି ରାଜ୍ୟକୁ ବାଲି ଦେଇଛୁ । ଖୁବଶୀଘ୍ର ସ୍ୱତନ୍ତ୍ର ବାଲି ନୀତି ଆଣିବାକୁ ଯାଉଛୁ ବୋଲି ରାଜସ୍ୱ ମନ୍ତ୍ରୀ କହିଥିଲେ ।