ରେଳବାଇର ପୋଷ୍ଟ କୋଭିଡ଼ କୋଚ ବିଷୟରେ ଜାଣନ୍ତୁ

ରେଳବାଇର ପୋଷ୍ଟ କୋଭିଡ଼ କୋଚ ବିଷୟରେ ଜାଣନ୍ତୁ

ରେଳବାଇର ପୋଷ୍ଟ କୋଭିଡ଼ କୋଚ ବିଷୟରେ ଜାଣନ୍ତୁ
ନୂଆଦିଲ୍ଲୀ: କରୋନା ଭୂତାଣୁରୁ ଲୋକମାନଙ୍କୁ ସୁରକ୍ଷା ଦେବା ଲାଗି ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ‘ପୋଷ୍ଟ କୋଭିଡ କୋଚ’ ବିକଶିତ କରାଯାଇଛି । ଏଥିରେ ସଂକ୍ରମଣ ରୋକିବା ଲାଗି ଅନେକ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିରେ ସଂକ୍ରମଣ ରୋକିବା ଲାଗି ଅନେକ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ରେଳ ଡବାରେ ଅନେକ ପ୍ରକାର ହ୍ୟାଣ୍ଡସ ଫି୍ର ସୁବିଧା ରହିଛି । ହାତରେ କୌଣସି ଜିନିଷକୁ ସ୍ପର୍ଶ ନ କରି ଅନେକ କାର୍ଯ୍ୟ ହୋଇପାରିବ । ଗୋଡ଼ରେ ଚାପି ଦେଇ ପାଣି ଟ୍ୟାପ ଖୋଲିବ ଓ ସାବୁନ ବ୍ୟବହାର କରିବାର ସୁବିଧା ମିଳିବ । ଶୌଚାଳୟର ଦ୍ୱାରଗୁଡ଼ିକୁ ଯାତ୍ରୀମାନେ ସହଜରେ ଗୋଡ଼ ଦ୍ୱାରା ଖୋଲିପାରିବେ । ସେହିଭଳି ପାଇଖାନାର ଫ୍ଲସ ଭାଲଭ ଗୋଡ଼ ଦ୍ୱାରା ଚାଳିତ ହେବ । ପ୍ରତି କମ୍ପାର୍ଟମେଣ୍ଟର ଦ୍ୱାରକୁ ଆଉ ହାତରେ ନ ଖୋଲି କହୁଣୀ ସାହାଯ୍ୟରେ ଖୋଲାଯାଇପାରିବ । କୋଚରେ ଥିବା ହ୍ୟାଣ୍ଡରେଲ ଓ ଲ୍ୟାବ ଗୁଡ଼ିକ ଉପରେ ତମ୍ବାର ଆବରଣ ଦିଆଯାଇଛି । ତମ୍ବାର ଜୀବାଣୁନାଶକ ଗୁଣ ଥିବାରୁ ତାହା ସଂସ୍ପର୍ଶରେ ଆସିଲେ କରୋନା ଭୂତାଣୁ ଶୀଘ୍ର ମରିଯାଆନ୍ତି । ନୂଆ କୋଚରେ ବ୍ୟବହୃତ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରରେ ପ୍ଲାଜମା ବିଶୋଧକ ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା ଶୀତତାପ ଯନ୍ତ୍ରରୁ ବାହାରୁଥିବା ପବନ ଭୂତାଣୁ ଓ ଜୀବାଣୁ ମୁକ୍ତ ହେବା ସହିତ ଭିତରର ପରିବେଶକୁ ନିରାପଦ ରଖିଥାଏ । କୋଚରେ ଟାଇଟାନଅୟମ ଡାଇଅକ୍ସାଇଡ ପ୍ରଲେପର ବ୍ୟବହାର କରାଯାଇଛି ଯାହା ବିଶୋଧକ ଭାବେ କାର୍ଯ୍ୟକରେ । ଏହାକୁ କୋଚର ଅନେକ ସ୍ଥାନରେ ବ୍ୟବହାର କରାଯାଇପାରିବ ।