ଲୁଚକାଳି ଖେଳୁ ଖେଳୁ ମାଲେସିଆରେ ପହଂଚିଲା ବାଳକ
ଲୁଚକାଳି ଖେଳୁ ଖେଳୁ ମାଲେସିଆରେ ପହଂଚିଲା ବାଳକ
ବାଂଲାଦେଶ: ଜଣେ ବାଂଲାଦେଶୀ ବାଳକର ସୈାଭାଗ୍ୟ ଯେ ,ଦୀର୍ଘ ଛଅ ଦିନ ପରେ ତାହାକୁ ଏକ ବନ୍ଦ ମାଲବୁହା କଂଟେନ୍ର ଭିତରୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ କୈାତୁହଳ ବଶତଃ ନିଜଦେଶରେ ସମୁଦ୍ରକୂଳରେ ଲୁଚକାଳି ଖେଳୁ ଖେଳୁ ସେ ଦରିଆ ପାରି ମାଲେସିଆରେ ପହଂଚିବା ଖବର ଚର୍ଚ୍ଚାର ବିଷୟ ହୋଇଛି । ସୂଚନାନୁଯାୟୀ ,ଗତ ୧୭ ତାରିଖରେ ମାଲେସିଆର କ୍ଳାଙ୍ଗ ବନ୍ଦରରେ ଏକ ବାଂଲାଦେଶୀ ପଣ୍ୟବାହୀ ଜାହାଜକୁ ମାଲ୍ ଖଲାସ କଲା ବେଳେ ଜାହାଜର କର୍ମଚାରୀ ମାନେ ଏକ ନିବୁଜ କଂଟେନର ଭିତରେ ବିବ୍ରତ ଥିବା ଉକ୍ତ ବାଳକକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ।
ସେ ସ୍ଥାନୀୟ ଭାଷା କହିପାରୁନଥିବାରୁ ବନ୍ଦର କର୍ମଚାରୀ ମାନେ ତା ସମ୍ପର୍କରେ କୈାଣସି ସୂଚନା ପାଇାରିନଥିଲେ । ତେବେ ସେମାନେ ତାକୁ ମାନବ ଚାଲାଣ ର୍ୟାକେଟ୍ର ଶିକାର ହୋଇଥିବା ଆଶଙ୍କା କରିଥିଲେ । ପରେ ପୁଲିସ୍ ଆସି ଘଟଣାର ଖୋଜଖବର ନେବାରେ ବାଳକ ଜଣକ ବାଂଲାଦେଶ ଅନ୍ତର୍ଗତ ଚିଟାଗଙ୍ଗ ସହରର ବୋଲି ଜଣାପଡ଼ିଥିଲା । ସାଙ୍ଗ ମାନଙ୍କ ସହ ଲୁଚକାଳି ଖେଳୁ ଖେଳୁ ଏହି କଂଟେନର ଭିତରେ ଶୋଇପଡ଼ିଥିଲା ଏବଂ କଂଟେନରଟି ଜାହାଜ ସହ ମାଲେସିଆ ଅଭିମୁଖେ ବାହାରିଥିଲା।
ଏଭଳି ଦୀର୍ଘ ୨୦୦୦ କିମି ଏବଂ ୬ ଦିନର ସମୁଦ୍ର ଯାତ୍ରା କାଳରେ ସେ କିଛି ନ ଖାଇ ନ ପିଇ ସେମିତି କାକୁସ୍ଥ ପରି ପଡ଼ିରହିଥିଲା । ତେବେ ଉଦ୍ଧାର ପରେ ତାକୁ ଡ଼ାକ୍ତରଖାନା ନେବାରେ ସେ ଏବେ ସୁସ୍ଥ ଅଛି ଏବଂ ନିଜ ଦେଶକୁ ଫେରିବା ପାଇଁ ମାଲେସିଆ ସରକାର ବ୍ୟବସ୍ଥା କରୁଥିବା ଜଣ।।ଇଛି ।