ଶେଷ ହେଲା ଓସିଏଲ

ଶେଷ ହେଲା ଓସିଏଲ

କଟକ: ଶେଷ ହେଲା ଓସିଏଲ । ରୋମାଞ୍ଚକର ଫାଇନାଲରେ ବାଜି ମାରିଲା ଓଡିଶା ଲାୟନ୍ସ।  ଓଡିଶା ଟାଇର୍ଗସ କୁ 9 ରନ ରେ ହରାଇ ଓସିଏଲ ଟ୍ରଫି ହାତେଇଲା  ସୁର୍ଯ୍ୟକାନ୍ତ ପ୍ରଧାନ ଙ୍କ ଓଡିଶା ଲାୟନ୍ସ ଦଳ । ବାରବାଟୀ ଗ୍ରାଉଣ୍ଡ ରେ ଖଳାଯାଇଥିବା ଏହି ମ୍ୟାଚ ରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା ଟିମ ଲାୟନ୍ସ। ନିର୍ଦ୍ଧାରିତ 20 ଓଭରରେ 155 ରନ କରିଥିଲା ଦଳ । ଟିମ ପକ୍ଷରୁ  ପ୍ରବୀନ କୁମାର ଲୋହା ସର୍ବାଧିକ 44 ରନ କରିଥିଲା ବେଳେ ଅନୁରାଗ ଷଡ଼ଙ୍ଗୀ 41 ରନ ଓ ଅଧିନାୟକ  ସୂର୍ଯ୍ୟକୁମାର ପ୍ରଧାନ 17 ରନ କରିଥିଲେ । ଯାହା ଫଳରେ ଦଳ ଏହି ସମ୍ମାନ ଜନକ ସ୍କୋର ରେ ପହଁଚି ପାରିଥିଲା। ଧାର୍ଯ୍ୟ ଲକ୍ଷ କୁ ପିଛା କରି ପ୍ରଥମ ରୁ ହିଁ ଟାଇଗର୍ସ ଦଳ ସଙ୍କଟରେ ପଡିଥିଲା। ଟିମ ର ସ୍କୋର  ମାତ୍ର 9ରନ ଥିବା ବେଳେ ଗୌରବ ଚୌଧୁରୀ ଙ୍କ ୱେକେଟ ପତନ ହେବା ପରେ । ଦଳ କ୍ରମାଗତ ୱେକେଟ ହରାଇ ଚିନ୍ତା ରେ ପଡିଥିଲା। ଏହି ସମୟରେ  ଟିମ ପକ୍ଷରୁ ବିଶ୍ୱଭୂଷଣ ବିହାରୀ ସର୍ବାଧିକ 55 ରନ ଓ ଟୁକୁନା ସାହୁ ଯିଏ କି ବ୍ୟକ୍ତିଗତ 44 ରନ କରି ଦଳ କୁ ଏକ ମଜଭୁତ ସ୍ଥିତି କୁ ଆଣିଥିଲେ। ହେଲେ ଲାୟନ୍ସ ଟିମ ର ବୋଲର ସୁର୍ଯ୍ୟକାନ୍ତ ପ୍ରଧାନ , ପ୍ରଦୀପ କୁମାର ପ୍ରଧାନ ଦୁଇଟି ଲେଖାଏଁ ୱେକେଟ ନେଇ ଟାଇଗର୍ସ  ଦଳକୁ ପରାଜୟ ମୁହାଁ କରାଇଥିଲେ। ଶେଷ ଓଭର ରେ  21 ରନ ଆବଶ୍ୟକ କରୁଥିଲା ବେଳେ ଦଳ ବିଜୟ ପାଇବାରେ ବିଫଳ ହୋଇଥଲା। ଯାହା ଫଳରେ ଓସିଏଲ