ସଚିନ ପାଇଲଟଙ୍କୁ ନୋଟିସ

ସଚିନ ପାଇଲଟଙ୍କୁ ନୋଟିସ

ସଚିନ ପାଇଲଟଙ୍କୁ ନୋଟିସ
ଭୁବନେଶ୍ୱର : ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିସିସି ସଭାପତି ସଚିନ ପାଇଲଟଙ୍କୁ ନୋଟିସ କରାଯାଇଛି । ରାଜସ୍ଥାନ ବିଧାନସଭାର ବାଚସ୍ପତି ସିପି ଯୋଶୀ ପାଇଲଟ ଓ ତାଙ୍କର ୧୮ ସହଯୋଗୀ ବିଧାୟକଙ୍କୁ ନୋଟିସ କରିଛନ୍ତି । ସେମାନେ ବିଧାୟକ ଦଳ ବୈଠକରେ କାହିଁକି ଯୋଗ ଦେଇନଥିଲେ ସେନେଇ ଜୁଲାଇ ୧୭ ସୁଦ୍ଧା ଉତର ରଖିବାକୁ କୁହାଯାଇଛି । ରାଜସ୍ଥାନ ବିଧାନସଭାର ସରକାରୀ ଦଳ ମୁଖ୍ୟ ସଚେତକ ମହେଶ ଯୋଶୀ ଏନେଇ ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଥିଲେ । ଦଳୀୟ ହ୍ୱିପର ଅବମାନନା କରିଥିବାରୁ ବାଚସ୍ପତି ଶ୍ରୀ ଯୋଶୀ ନୋଟିସ ଜାରି କରିଛନ୍ତି । ଯଦି ସେମାନେ ଜାଣିଶୁଣି ଦଳୀୟ ହ୍ୱିପର ଅବମାନନା କରିଥିବେ ତେବେ ସେମାନଙ୍କୁ କଂଗ୍ରେସରୁ ବହିଷ୍କୃତ କରାଯିବ । ଅପରପକ୍ଷରେ ଆଜି ପାଇଲଟ କହିଛନ୍ତିଯେ, ସେ ବିଜେପିକୁ ଯିବେ ନାହିଁ । ତେବେ ବିଜେପି କଂଗ୍ରେସର ଅନ୍ତଦ୍ୱର୍ନ୍ଦ୍ୱ ଉପରେ ନିଘା ରଖିବା ସହ ଗୋଟି ଚାଳନା କରୁଥିବା ଜାଣିବାକୁ ମିଳିଛି । ଦ୍ୱିତୀୟ ଥର ପାଇଁ ପାଇଲଟ ଦଳୀୟ ବୈଠକରେ ଯୋଗ ଦେଇନଥିବାରୁ ତାଙ୍କୁ ଦଳରୁ ବହିଷ୍କାର କରାଯିବ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ମଧ୍ୟ ବିଦା କରାଯାଇଥିଲା ।