ସବୁ ଯୋଗ୍ୟତା ପର୍ଯ୍ୟାୟ ସ୍ଥଗିତ ରଖିଲା ଆଇସିସି

ସବୁ ଯୋଗ୍ୟତା ପର୍ଯ୍ୟାୟ ସ୍ଥଗିତ ରଖିଲା ଆଇସିସି

ସବୁ ଯୋଗ୍ୟତା ପର୍ଯ୍ୟାୟ ସ୍ଥଗିତ ରଖିଲା ଆଇସିସି
ଦୁବାଇ: କରୋନା ଆତଙ୍କ ପାଇଁ ଆସନ୍ତା ଜୁନ ମାସ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଟେଣ୍ଟି-୨୦ ବିଶ୍ୱକପର ସମସ୍ତ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚକୁ ଆଇସିସି ସ୍ଥଗିତ କରିଦେଇଛି । ଗୁରୁବାର ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ ବିଶ୍ୱ କି୍ରକେଟର ଏହି ସର୍ବୋଚ୍ଚ ସଂସ୍ଥା କହିଛି ଯେ କରୋନା ପାଇଁ ସାରା ବିଶ୍ୱରେ ଦେଖାଦେଇଥିବା ସ୍ୱାସ୍ଥ୍ୟ ସଂକଟ ଏବଂ ଏଥିଲାଗି ବିଭିନ୍ନ ଦେଶର ସରକାର ଯାତାୟତ ଉପରେ ଲାଗୁ କରିଥିବା ଅଙ୍କୁଶ ଲାଗି ଜୁନ ମାସ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ସମସ୍ତ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚକୁ ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି । ଆମ ପାଇଁ ଖେଳାଳି, ଅଧିକାରୀ, ଅମ୍ପାୟାର ଓ ପ୍ରଶଂସକଙ୍କ ସୁରକ୍ଷା ସର୍ବାଧିକ ଗୁରୁତ୍ୱ ରଖେ । କିଛି ଦିନ ପରେ ଅବଶ୍ୟ ଆମେ ଆମର ନିଷ୍ପତ୍ତିର ସମୀକ୍ଷା କରିବୁ । ଆଇସିସିର ଏହି ନିଷ୍ପତ୍ତି ପରେ ପାଖାପାଖି ୭ଟି ପ୍ରତିଯୋଗିତା ପ୍ରଭାବିତ ହୋଇଛି । ଜୁନ୍ ପରେ ହେବାକୁ ଥିବା ଆଉ ପାଞ୍ଚରୁ ଅଧିକ ପ୍ରତିଯୋଗିତା ଉପରେ ମଧ୍ୟ ଆଇସିସି ତୀକ୍ଷଣ ନଜର ରଖିଛି ।