ସରକାରୀ ଚାକିରିଆଙ୍କୁ କାଳିଆ ଟଙ୍କା

ସରକାରୀ ଚାକିରିଆଙ୍କୁ କାଳିଆ ଟଙ୍କା

ସରକାରୀ ଚାକିରିଆଙ୍କୁ କାଳିଆ ଟଙ୍କା
ଭୁବନେଶ୍ୱର:ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ରହିଛନ୍ତି ୩.୪୧ ଲକ୍ଷ ଜଣ ଅଯୋଗ୍ୟ ହିତାଧିକାରୀ । ଏଥିରେ ୨୦ହଜାରରୁ ଅଧିକ ସରକାରୀ ଚାକିରିଆଙ୍କ ଆକାଉଣ୍ଟକୁ ଯାଇଛି କାଳିଆ ଟଙ୍କା । ଏନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । କାଳିଆ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଯୋଗାଇବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । କୃଷି ଓ କୃଷକଙ୍କ ମଙ୍ଗଳରେ ଜାରି କରିଥିବା କାଳିଆ ଯୋଜନାରେ ବେପାରୁଆ କାର୍ଯ୍ୟ । କାଳିଆରେ ଥିବା ହିତାଧିକାରୀଙ୍କ ଯାଂଚ ପରେ ସେଥିରେ ୩ଲକ୍ଷ ୪୧ହଜାର ଅଯୋଗ୍ୟ ହିତାଧିକାରୀ ଥିବା ଜଣାପଡ଼ିଛି । ଏଥିରୁ ୨୦ହଜାର ଜଣ ସରକାରୀ ଚାକିରିଆ ଓ ପେନସନ ଭୋଗୀ ଟଙ୍କା ପାଇଥିବା ଜଣାପଡ଼ିଛି । ସେମାନଙ୍କୁ ଏହି ଟଙ୍କା ଫେରାଇବାକୁ କୁହାଯିବ ନହେଲେ ଦରମାରୁ ଭରଣା କରାଯିବ ।