ସିଲଭର୍ ସିଟିରେ ଲଜ୍ୟା
ନିଜ ପ୍ରେମୀକା ବୋଲି କହୁଥିଲା, ଆଉ ପ୍ରେମିକାକୁ ବାହାରେ ବୁଲୁଥିବା ମଣିଷ ରୁପି ରାକ୍ଷସ କବଳରୁ ରକ୍ଷା କରିବା ବଦଳରେ, ନିଜ ପାଲଟିଥିଲା ବଳତ୍କାରୀ । ଏକା ନୁହେଁ ନିଜ ଜଣ ସାଙ୍ଗଙ୍କ ସହ ମିଶି ସଇତାନ ସାଜିଥିଲା ପ୍ରେମୀକ । ହଁ ଆଜ୍ଞା କଥାଟି ଆମେ ଏଥିପାଇଁ କହୁଛୁ କଟକରେ କଲେଜ ଛାତ୍ରୀଙ୍କୁ ବାରମ୍ବାର ଗଣଦୁଷ୍କର୍ମ ଘଟଣାରେ ସାମ୍ନାକୁ ଆସଛି ନୂଆ ତଥ୍ୟ । ଛାତ୍ରୀ ଜଣଙ୍କୁ ମିଛ ପ୍ରେମ ଜାଲରେ ଫସାଇ ତାଙ୍କର ଶାରୀରିକ ଶୋଷଣ କରିବା ପାଇଁ ଯୋଜନା କରିଥିଲା ପୁରୁଷ ବନ୍ଧୁ । ଏବଂ ଶେଷରେ ନିଜର ୬ ଜଣ ସାଙ୍ଗଙ୍କ ସହ ମିଶି ଯୋଜନାକୁ ସଫଳ ମଧ୍ୟ କରିଥିଲା । ଖାଲି ସେତିକି ନୁହେଁ ଦୁଷ୍କର୍ମ ବେଳର ଭିଡିଓକୁ ଭାଇରାଲ କରିବାକୁ ଧମକ ଦେଇ ପ୍ରେମିକା ବନ୍ଧୁରୂପୀ ପିଶାଚମାନଙ୍କ ପାଖରେ ଦେଇଦେଇଥିଲା । ମାତ୍ର ଗୋଟିଏ ସପ୍ତାହରେ ବ୍ୟବଧାନର ଦୁଇ ଦୁଇଥର ଗଣଦୁଷ୍କର୍ମର ଶିକାର ହେଲେ କଲେଜ ଛାତ୍ରୀ । ପ୍ରଥମେ ପୁରୀଘାଟର ଏକ କ୍ୟାଫେ ଏବଂ ପରେ ବାରାଙ୍ଗର ଏକ ସ୍ଥାନ ଅଭିଯୁକ୍ତ ମାନେ ଛାତ୍ରୀ ଜଣଙ୍କୁ ଶାରୀରିକ ଶୋଷଣ କରିଥିଲେ ।
ସୂଚନା ମୁତାବକ ଅଭିଯୁକ୍ତ ମାନେ ଏକ ସୁଚିନ୍ତିତ ଯୋଜନା ମୁତାବକ କଲେଜ ଛାତ୍ରୀ ଜଣଙ୍କୁ ଶାରୀରିକ ଶୋଷଣ କରିଛନ୍ତି । ଏଥିପାଇଁ ସମସ୍ତେ ମିଶି କରି ଯୋଜନା ପ୍ରସ୍ତୁତ କରିଥିଲେ । ସେପଟେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ କମିଶନରେଟ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଅନ୍ୟ କେଉଁଆଡ଼େ ସେୟାର ହୋଇଛି କି ନାହିଁ ଯାଞ୍ଚ ଆରମ୍ଭ କରୁଛି ପୁଲିସ । ଏହା ବ୍ୟତିତ ଏହି ଘଟଣାରେ କାଫେ କର୍ମଚାରୀ ଏହି ଘଟଣାରେ ସାମିଲ ଥିବା ହେତୁ କାଫେକୁ ଖୁବ୍ ଶୀଘ୍ର ସିଲ୍ କରାଯିବ ବୋଲି କହିଛନ୍ତି କଟକ ଡିସିପି ।
ବାସ୍ତବ ଚିତ୍ରକିନ୍ତୁ ଆପଣ ସୁଣଇଲେ ଆଶ୍ଚର୍ଯ୍ୟ ହୋଇଯିବେ । କ୍ୟାଫେରେ ଯୁବତୀ ଜଣଙ୍କୁ ପ୍ରଥମେ ଦୁଷ୍କର୍ମ କରାଯାଇଥିଲା ସତ । କିନ୍ତୁ ତାଙ୍କର ଆପତ୍ତିଜନକ ଭିଡିଓ ଥିଲା ଏକ ବେଆଇନ ହୁକାବାର । ସୂଚନା ମୁତାବକ ସାଙ୍ଗ ମାନଙ୍କ ସହ ନିଜ ଜନ୍ମଦିନ ପାଳନ କରିବାକୁ ଆସିଥିଲେ ଯୁବତୀ ଜଣକ । ଏଠାରେ ନିୟମିତ ଭାବେ ନିଶା କାରବାର ଚାଲୁଥିବା ନେଇ ଲୋକେ ଅଭିଯୋଗ କରିବା ସହ ଏକ ନିର୍ଦ୍ଧିଷ୍ଟ ବର୍ଗର କଲେଜ ପଢୁଆ ପିଲାମାନଙ୍କର ଏହା ଥିଲା କାଳେ ଆଡ୍ଡା ସ୍ଥଳୀ । ଏପରିକି ବିଭିନ୍ନ ସମୟରେ ଯୁବକ ଯୁବତୀମାନେ ଏଠାକୁ ଆସୁଥିଲେ ଏବଂ ଉଚ୍ଚଶ୍ବରରେ ଗୀତ ବଜାଇବା ସହ ଆପତ୍ତିଜନକ କାର୍ଯ୍ୟକଳାପରେ ମଧ୍ୟ ଲିପ୍ତ ଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ସେ ଘରକୁ ଭଡା ଦେଇଥିଲେ କିନ୍ତୁ ସେହି ଘରେ ଏପରି କାଣ୍ଡ ଘଟିଥିବା ନେଇ ସେ ଜାଣି ନଥିବା କହିଛନ୍ତି ଖୋଦ ଘର ମାଲିକ । ସେପଟେ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବାରବାଟୀ କଟକ ବିଧାୟୀକା ସୋଫିୟା ପିରଦୋସ ।