ସାଉଦି ଆରବର ସମ୍ରାଟ ନିର୍ମାଣ କରିବେ କାର ବିହୀନ ସହର

ସାଉଦି ଆରବର ସମ୍ରାଟ ନିର୍ମାଣ କରିବେ କାର ବିହୀନ ସହର

ସାଉଦି ଆରବର ସମ୍ରାଟ ନିର୍ମାଣ କରିବେ କାର ବିହୀନ ସହର
ନୂଆଦିଲ୍ଲୀ: ସାଉଦି ଆରବର ସମ୍ରାଟ ମହମ୍ମଦ ବିନ ସଲମାନ ତାଙ୍କ ସ୍ୱପ୍ନର ସହର ବିଷୟରେ ସୂଚନା ଦେଇଛନ୍ତି । ଭବିଷ୍ୟତରେ ଖଣିଜ ତୈଳ ବିନା ଜୀବନଧାରଣା ପାଇଁ ସାଉଦି ଆରବର ଲକ୍ଷ୍ୟକୁ ସେ ପରିପ୍ରକାଶ କରିଛନ୍ତି । ତାହାର ଅଂଶସ୍ୱରୂପ ସାଉଦି ଆରବରେ ଏମିତି ଏକ ସହର ଦେଖିବାକୁ ମିଳିବ ଯେଉଁଠି ଗାଡି ମୋଟର ଚାଲୁନଥିବା କି ଅଙ୍ଗାରକାମ୍ଳ ନିର୍ଗମନ ହେଉନଥିବ । ଚଳିତ ବର୍ଷ ପ୍ରଥମ ତ୍ରୟୋମାସିକରେ ଆରମ୍ଭ ହେବାକୁ ଥିବା ୫୦ ହଜାର କୋଟି ଡଲାରର ‘ନିଅମ’ ନାମକ ପ୍ରକଳ୍ପର ଅଂଶ ଭାବେ ‘ଦି ଲାଇନ’ ନାମରେ ୧୭୦କିମି ଦୀର୍ଘର ଏକ ସହର ନିର୍ମାଣ କରାଯିବ । ପ୍ରାୟ ଦଶ ଲକ୍ଷ ନାଗରିକ ବସବାସ କରିବାକୁ ଥିବା ଏହି ସହରରେ ସମସ୍ତେ ପାଦରେ ଚାଲି ଚାଲି ପ୍ରାକୃତିକ ପରିବେଶ ଭିତରେ ଯା ଆସ କରିବେ । ସହର ଭିତରେ ଜଣକୁ ସର୍ବାଧିକ ୨୦ ମିନିଟର ଯାତ୍ରା କରିବାକୁ ହେବ ଏବଂ ବିଭିନ୍ନ ସଂଯୋଗ ସ୍ଥଳ ମଧ୍ୟରେ ଅତି ଦ୍ରୁତଗାମୀ ସ୍ୱୟଂକି୍ରୟ ଭ୍ରାମ୍ୟମାଣ ବ୍ୟବସ୍ଥା ରହିବ । ଆଗାମୀ ୨୦୩୦ ସୁଦ୍ଧା ଶେଷ ହେବାକୁ ଥିବା ଏହି ପ୍ରକଳ୍ପରେ ୧୦ ହଜାର କୋଟିରୁ ୨୦ ହଜାର କୋଟି ଡଲାର ଖର୍ଚ୍ଚ ହେବ । ଏହି ପ୍ରକଳ୍ପ ପାଇଁ ମାନବ ଜାତି ପାଇଁ ଏକ କ୍ରାନ୍ତ ସଦୃଶ ଲିପିବଦ୍ଧ ହୋଇ ରହିବ ବୋଲି ସଲମାନ କହିଛନ୍ତି ।