ସାଢେ ୪ଟାରେ କହିବେ ପୋଲିସ ଡିଜି ଅଭୟ

ସାଢେ ୪ଟାରେ କହିବେ ପୋଲିସ ଡିଜି ଅଭୟ

ସାଢେ ୪ଟାରେ କହିବେ ପୋଲିସ ଡିଜି ଅଭୟ
ଭୁବନେଶ୍ୱର:ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ଖବର ସାମନାକୁ ଆସିଛି । ତାହା ହେଲା ଆଜି ଅପରାହ୍ନରେ କହିବେ ପୋଲିସ ଡିଜି ଅଭୟ । ଅପରାହ୍ନ ସାଢେ ୪ଟାରେ ଡିଜିପିଙ୍କ ପ୍ରେସମିଟ୍ ରହିଛି । କୋଭିଡ କଟକଣା ନେଇ କିଛି ନୂଆ ଘୋଷଣା କରି ପାରନ୍ତି ବୋଲି ସୂଚନା ମିଳିଛି ।