ସାନିଟାଇଜ୍ ହେଲା ସ୍ୱର୍ଗଦ୍ୱାର

ସାନିଟାଇଜ୍ ହେଲା ସ୍ୱର୍ଗଦ୍ୱାର

ସାନିଟାଇଜ୍ ହେଲା ସ୍ୱର୍ଗଦ୍ୱାର
ପୁରୀ :କଟକଣା ହଟିବା ପରେ ଆଜି ପୁରୀ ସ୍ୱର୍ଗଦ୍ୱାର ସାନିଟାଇଜ୍ ହୋଇଛି । ଏବେ ସ୍ୱର୍ଗଦ୍ୱାରରେ ଅନ୍ୟ ଜିଲ୍ଲାର ଲୋକଙ୍କ ଶେଷକୃତ୍ୟ ହୋଇପାରିବ । କିନ୍ତୁ କୋଭିଡରେ ମୃତ୍ୟୁ ହେଲେ ଶବଦାହ ପାଇଁ ଅନୁମତି ମିଳିବ ନାହିଁ । ଏହି ପ୍ରସଙ୍ଗରେ ଜିଲ୍ଲାପାଳ କହିଛନ୍ତି ଯେ, ‘ବାହାର ଜିଲ୍ଲା ଲୋକଙ୍କ ଶେଷକୃତ୍ୟ ପାଇଁ ଥିବା କଟକଣା ହଟିଛି । ଏବେ ଅନ୍ୟ ଜିଲ୍ଲାର ଲୋକଙ୍କ ଶେଷକୃତ୍ୟ ସ୍ୱର୍ଗଦ୍ୱାରେ ହୋଇପାରିବ । କିନ୍ତୁ କରୋନାରୁ ମୃତ୍ୟୁ ହୋଇଥିଲେ କଟକଣା ରହିବ ।’ କରୋନା କଟକଣା ସ୍ୱର୍ଗଦ୍ୱାରରେ ପରେ ଜୁଲାଇ ମାସରୁ କଟକଣା ଲାଗିଥିଲା ।