୧୮ ଜଣଙ୍କୁ ଆଜୀବନ ଜେଲ୍
୧୮ ଜଣଙ୍କୁ ଆଜୀବନ ଜେଲ୍
admin
Jun 19, 2019 - 09:21
Updated: Jun 19, 2019 - 09:21
ବ୍ରହ୍ମପୁର:ବର୍ଷେ କି ୨ ବର୍ଷ ନୁହେଁ । ଦୀର୍ଘ ୧୨ ବର୍ଷ ପରେ ଏକ ହତ୍ୟା ମାମଲାର ରାୟ ଆସିଛି । ରାୟ ଆସିବା ସହ ଦୋଷୀଙ୍କୁ ଦଣ୍ଡ ମିଳିଛି । ୧୮ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି । ଏକ ହତ୍ୟା ମାମଲାର ବିଚାର କରି ଏଡିଜେ-୧ ମୋଟ ୧୮ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ୨୦୦୭ ମସିହାରେ କୁଲଟା ଗ୍ରାମର ମହେଶ୍ୱର ସାସମଲଙ୍କ ହତ୍ୟା ଘଟଣାର ବିଚାର କରି ଏଡିଜେ-୧ ଏହି ଦଣ୍ଡାଦେଶ ଦେଇଛନ୍ତି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ମହେଶ୍ୱରଙ୍କ ମୃତୁ୍ୟ ହୋଇଥିଲା । ଦୋଷୀ ୧୯ ଜଣଙ୍କ ମଧ୍ୟରୁ ଏହା ଭିତରେ ଜଣଙ୍କର ମୃତୁ୍ୟ ହୋଇସାରିଥିବା ଜଣାଯାଇଛି ।
ମିଳିଥିବା ସୂଚନା ମୁତାବକ କୁଲଟା ଗ୍ରାମର ମହେଶ୍ୱର ବିଭିନ୍ନ ଅପରାଧିକ କାର୍ୟ୍ୟକଳାପରେ ସାମିଲ ଥିଲେ । ଯାହାକୁ ନେଇ ଗାଁରେ ଶାନ୍ତି କମିଟି ଗଠନ ହୋଇଥିଲା ଜ୍ଝ ତେବେ ୨୦୦୭ ମସିହାରେ ଏହି କମିଟିର ୧୮ ଜଣ ମହେଶ୍ଵରଙ୍କ ଉପରେ ଆକ୍ରମଣ କରିଥିଲେ । ଯାହାଫଳରେ ମହେଶ୍ୱରଙ୍କର ମୃତ୍ୟୁ ହୋଇଯାଇଥିଲା ।
ସଦର ଥାନାରେ ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ୧୮ ଜଣଙ୍କୁ ଗିରଫ କରିଥିଲା। ଘଟଣାରେ ସେହି ଗ୍ରାମର ମୋଟ ୧୮ ଜଣ ଗିରଫ ହୋଇ ଜେଲ ଯାଇଥିଲେ। ପରବର୍ତ୍ତୀ ସମୟରେ ସମସ୍ତେ ସର୍ତ୍ତମୂଳକ ଜାମିନରେ ମୁକୁଳିଥିଲେ। ଏହି ମାମଲାରେ ମୋଟ ୧୨ ଜଣ ସାକ୍ଷୀ ଥିବାବେଳେ ସେମାନଙ୍କର ବୟାନ ଓ ପ୍ରମାଣକୁ ଭିତ୍ତି କରି ଆଜି ଅତିରିକ୍ତ ଜିଲ୍ଲା ଦୌରା ଜଜ ନିଜ ଚୂଡାନ୍ତ ରାୟ ପ୍ରକାଶ କରି ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।