୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ

୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ

୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ
ଭୁବନେଶ୍ୱର - ୨୭ ନୁହେଁ ୨୯ରେ ସୋରେନ ସରକାର । ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀଭାବେ ହେମନ୍ତ ସୋରେନ ଆସନ୍ତା ୨୯ ତାରିଖ ଦିନ ଶପଥ ନେବେ । ଶ୍ରୀ ସୋରେନ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିବାବେଳେ ସରକାରର ରୂପରେଖ ନେଇ ଚର୍ଚ୍ଚା ସରଗରମ ହେବାରେ ଲାଗିଛି । ଏହି ଅବସରରେ ଜେଏଏମର ୬, କଂଗ୍ରେସର ୫ ଓ ଆରଜେଡିରୁ ଜଣେ ମନ୍ତ୍ରୀ ଶପଥ ନେବାର କାର୍ୟ୍ୟକ୍ରମ ରହିଛି । । ଅର୍ଥାତ ହେମନ୍ତ ସୋରେନଙ୍କ ସହ ୧୨ଜଣ ମନ୍ତ୍ରୀ ଶପଥ ନେବେ । ଏହା ସହ କଂଗ୍ରେସକୁ ବାଚସ୍ପତି ପଦ ମିଳିବାର ସମ୍ଭାବନା ରହିଛି । ସୂଚନା ଅନୁସାରେ ରାଂଚିର ମାରୱାଡି ମଇଦାନରେ ଆୟୋଜିତ ହେବ ଶପଥ ଗ୍ରହଣ ସମାରୋହ । ତେବେ ସୋରେନଙ୍କ ପାଇଁ ଏହି ପଦ ବେଶ୍ ଆହ୍ୱାନ ପୂର୍ଣ୍ଣ ହେବ । ଝାଡଖଣ୍ଡରେ ହେବ ସୋରେନ୍ ସରକାର । ପ୍ରତିଶ୍ରୁତି ପୂରଣ କରିବା ବଡ ଆହ୍ୱାନ । ଝାଡଖଣ୍ଡରେ ବିଜେପିର ପରାଜୟ ଓ ଜେଏମଏମ ନେତୃତ୍ୱାଧିନ ମେଂଟକୁ ବହୁମତ ମିଳିବା ପରେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ହେମନ୍ତ ସୋରେନଙ୍କ ପାଇଁ ଚ୍ୟାଲେଞ୍ଜ କମ୍ ହେବ ନାହିଁ । ଜନତାଙ୍କ ବିଶ୍ୱାସ ଭାଜନ ହେବା ପାଇଁ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ପଡିବ । ବହୁମତ ମିଳିବା ପରେ ଏଥର ଝାଡଖଣ୍ଡରେ ନୂଆ ଅଧ୍ୟାୟ ଲେଖା ହେବ ବୋଲି କହିଛନ୍ତି ହେମନ୍ତ ।