୩ ଓଡ଼ିଆ ଫିଲ୍ମକୁ ମିଳିଲା ଜାତୀୟ ଫିଲ୍ମ ପୁରସ୍କାର
୩ ଓଡ଼ିଆ ଫିଲ୍ମକୁ ମିଳିଲା ଜାତୀୟ ଫିଲ୍ମ ପୁରସ୍କାର
ନୂଆଦିଲ୍ଲୀ: ଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ୬୭ତମ ଜାତୀୟ ଫିଲ୍ମ ପୁରସ୍କାର ଉତ୍ସବରେ ତିନି ଓଡିଆ ଫିଲ୍ମକୁ ଜାତୀୟ ପୁରସ୍କାର ମିଳିଛି। ଓଡିଆ ଫିଲ୍ମ ‘ଶଲା ବୁଢ଼ାର ବଦଲା’ ଓ ‘କାଲିର ଅତୀତ’କୁ ପୁରସ୍କାର ପ୍ରଦାନ କରାଯାଇଛି। ବେଷ୍ଟ ଆର୍ଟ ଆଣ୍ଡ କଲଚର ଫିଲ୍ମ ଭାବେ ‘ଶ୍ରୀକ୍ଷେତ୍ରରୁ ସାହି ଯାତ’କୁ ଜାତୀୟ ଫିଲ୍ମ ପୁରସ୍କାର ହାତେଇଛି। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏହି ପରୁସ୍କାର ପ୍ରଦାନ କରିଛନ୍ତି। ବଲିଉଡର ଭର୍ସଟାଇଲ ଅଭିନେତା ମନୋଜ ବାଜପେୟୀଙ୍କୁ ଶ୍ରେଷ୍ଠ ଅଭିନେତା ଓ କଙ୍ଗନା ରଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ରୂପେ ପୁରସ୍କୃତ କରାଯାଇଛି।
ବଲିଉଡ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ଫଛିଛୋରେ’କୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ସେହିପରି ସାଉଥ ସୁପରଷ୍ଟାର ଧନୁଷଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତା ରୂପେ ଫିଲ୍ମ ‘ଅସୁରନ୍’ ପାଇଁ ଜାତୀୟ ଫିଲ୍ମ ପୁରସ୍କାର ମିଳିଛି। ଶ୍ରଷ୍ଠ ଫିଲ୍ମ ଓ ଅଭିନେତା ଓ ଅଭିନେତ୍ରୀଙ୍କ ପାଇଁ ମାର୍ଚ୍ଚ ୨୦୨୧ ରେ ୬୭ ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା କରାଯାଇଥିଲା। କିନ୍ତୁ କରୋନା ମହାମାରୀ ହେତୁ ଏହି ପୁରସ୍କାର ବିତରଣ ଉତ୍ସବକୁ ସ୍ଥଗିତ ରଖାଯାଇଥିଲା। ଆଜି ଏହି ପୁରସ୍କାର ପ୍ରଦାନ କରାଯାଇଛି।




admin 