୪ଝିଅଙ୍କ କାନ୍ଧରେ ବାପା ଗଲେ ଶ୍ମଶାନ

୪ଝିଅଙ୍କ କାନ୍ଧରେ ବାପା ଗଲେ ଶ୍ମଶାନ

୪ଝିଅଙ୍କ କାନ୍ଧରେ ବାପା ଗଲେ ଶ୍ମଶାନ
କୁଚିଣ୍ଡା: ଭାଇ ନଥିଲେ ମଧ୍ୟ ଝିଅମାନେ ନିଜେ ପୁଅ ପରି କଲେ ବାପାଙ୍କ ଶବ ସଂସ୍କାର । ଏଭଳି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ କେନ୍ଦୁଡିହି ଗାଁରେ। ୯୧ ବର୍ଷରେ ବାପା ଚାଲିଯିବା ପରେ ୪ ଝିଅ ସମାଜର ସବୁ ନୀତିନିୟମକୁ ଖାତିରି ନକରି ସମସ୍ତଙ୍କ ଆଗରେ ବାପାଙ୍କ ଶବକୁ ଘରୁ କିଛି ବାଟ କାନ୍ଧ ଦେଇ ନେଇଥିବା ଦେଖିବାକୁ ମିଳିଥିଲା। ଏଭଳି ଘଟଣାକୁ ନେଇ ଏବେ ଚାରିଆଡେ ପ୍ରଶଂସାର ଛୁଅ ଛୁଟୁଛି। ମଙ୍ଗଳବାର କେନ୍ଦୁଡ଼ିହି ଗ୍ରାମର ବୟସ୍କ ଲକ୍ଷ୍ମଣ କିସାନଙ୍କ ଦେହାନ୍ତ ହୋଇଥିଲା। ହେଲେ ତାଙ୍କର କେହି ପୁତ୍ର ସନ୍ତାନ ନଥିବାରୁ ସମାଜର ସମସ୍ତ କଟକଣାକୁ ଖାତିର ନକରି ବାପାଙ୍କ ପାର୍ଥିବ ଶରୀରକୁ କାନ୍ଧେଇ ନେଇଥିଲେ ୪ ଝିଅ କିଛି ବାଟ ଯିବା ପରେ ଉପସ୍ଥିତ ବନ୍ଧୁ-ବାନ୍ଧବ କାନ୍ଧ ଦେଇ ଶ୍ମଶାନକୁ ନେଇଥିଲେ। ପରେ ସାନ ଝିଅର ପୁଅ ଲକ୍ଷ୍ମଣଙ୍କ ମୁଖାଗ୍ନି ଦେଇଥିଲେ।