୬ କଏଦୀଙ୍କ ପାଇଁ ଜଣେ ସୁରକ୍ଷାକର୍ମୀ

୬ କଏଦୀଙ୍କ ପାଇଁ ଜଣେ ସୁରକ୍ଷାକର୍ମୀ

୬ କଏଦୀଙ୍କ ପାଇଁ ଜଣେ ସୁରକ୍ଷାକର୍ମୀ
ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଅନୁମୋଦନ ପରେ କାର୍ୟ୍ୟକାରୀ ହୋଇଛି ନୂତନ ଜେଲ ମାନୁଆଲ । ଏହି ମାନୁଆଲ୍‌ ଅନୁଯାୟୀ ଜେଲରେ ରହୁଥିବା କଏଦୀମାନେ ପାଇବେ ଅନେକ ସୁବିଧା। ବିଭିନ୍ନ କମିଟି ଦ୍ବାରା ଦିଆଯାଇଥିବା ପ୍ରସ୍ତାବ ଉପରେ ସୀମକ୍ଷା ପରେ ଏହି ଜେଲ ମାନୁଏଲ କାର୍ୟ୍ୟକାରୀ ହୋଇଛି । ସେପ୍ଟେମ୍ବର ୨୯ରେ ବିଜ୍ଞପ୍ତି ପ୍ରକାଶ ପରେ ଏହି ମାନୁଆଲ କାର୍ୟ୍ୟକାରୀ ହୋଇଛି । ନୂତନ ମାନୁଆଲ୍‌ରେ କଏଦୀଙ୍କ ସୁରକ୍ଷା ଓ ମାନବାଧିକାର ଉପରେ ଗୁରୁତ୍ବ ଦିଆଯାଇଛି । ସେହିପରି ଜେଲ୍‌ରେ କଏଦୀଙ୍କ ଚିକିତ୍ସା ସୁବିଧା, ଜେଲ୍‌ ପରିଚାଳନାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । ଏହି ମାନୁଆଲ୍‌ ଅନୁଯାୟୀ ସର୍କଲ ଜେଲ୍‌ରେ ହଜାରେ , ଜିଲ୍ଲା ଜେଲ୍‌ରେ ୫୦୦ କଏଦୀ ରହିପାରିବେ । ସବ୍‌ଜେଲ୍‌ରେ ୩୦୦ କଏଦୀଙ୍କ ରହିବା ନେଇ ଏହି ମାନୁଆଲରେ ବ୍ୟବସ୍ଥା ହୋଇଛି । ସେହିପରି ପ୍ରତି ୬ଜଣ କଏଦୀଙ୍କ ପାଇଁ ଜଣେ ସୁରକ୍ଷା କର୍ମୀ ମୂତୟନ ହେବେ ବୋଲି ସୂଚନା ରହିଛି । ଦୋଷୀ କଏଦୀଙ୍କୁ ମାସରେ ୨ ଥର ସାକ୍ଷାତକାର ଦେବାକୁ ମଧ୍ୟ ଅନୁମତି ରହିଛି । ପୂର୍ବରୁ ୧୯୪୨ ଜେଲ ମାନୁଏଲ କାର୍ୟ୍ୟକାରୀ ହେଉଥିଲା।