ଅବସରପ୍ରାପ୍ତ ପ୍ରଧାନବିଚାରପତି ଠକେଇର ଶିକାର

ଅବସରପ୍ରାପ୍ତ ପ୍ରଧାନବିଚାରପତି ଠକେଇର ଶିକାର

ଅବସରପ୍ରାପ୍ତ ପ୍ରଧାନବିଚାରପତି ଠକେଇର ଶିକାର
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଅବସରପ୍ରାପ୍ତ ପ୍ରଧାନବିଚାରପତି ଆରଏମ ଲୋଧା ଠକେଇର ଶିକାର ହୋଇଛନ୍ତି । ଅନଲାଇନରେ ହୋଇଥିବା ଏହି ଠକେଇରେ ଜଷ୍ଟିସ ଲୋଧା ୧ ଲକ୍ଷ ଟଙ୍କା ହରାଇଛନ୍ତି । ଠକେଇ ସମ୍ପର୍କରେ ଜଷ୍ଟିସ ଲୋଧା ମାଲବ୍ୟ ନଗର ଥାନା ସାଇବର ସେଲରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଜଷ୍ଟିସ ଲୋଧା ତାଙ୍କର ବନ୍ଧୁ ତଥା ଅନ୍ୟତମ ଅବସରପ୍ରାପ୍ତ ବିଚାରପତି ବିପି ସିଂହଙ୍କ ସହିତ ନିୟମିତ ଭାବେ ଇମେଲ ବାର୍ତାଳପ କରନ୍ତି । ଏପ୍ରିଲ ୧୯ରେ ଜଷ୍ଟିସ ସିଂହଙ୍କ ଠାରୁ ଜଷ୍ଟିସ ଲୋଧା ଏକ ଇମେଲ ପାଇଥିଲେ ଯେଉଁଥିରେ ସେ ୧ ଲକ୍ଷ ଟଙ୍କା ଆବଶ୍ୟକତା ସେ ଦର୍ଶାଇଥିଲେ । ଇମେଲ ପାଇବା ପରେ ସେଥିରେ ଦିଆଯାଇଥିବା ଆକାଉଂଟ ନମ୍ବରରେ ଜଷ୍ଟିସ ଲୋଧା ଅନଲାଇନ ମାଧ୍ୟମରେ ଦୁଇଟି ପର୍ଯ୍ୟାୟରେ ୧ ଲକ୍ଷ ଟଙ୍କା ଜମା କରିଥିଲେ । ଜଷ୍ଟିସ ସିଂହଙ୍କ ଇମେଲକୁ କେହି ହ୍ୟାକ କରି ଏପରି ଟଙ୍କା ଠକି ନେଇଥିବା ଜଣାଯାଇଛି ।