ଆଇପିଏଲରେ ଡୋପ୍ ଟେଷ୍ଟ କରିବ ନାଡା

ଆଇପିଏଲରେ ଡୋପ୍ ଟେଷ୍ଟ କରିବ ନାଡା

ଆଇପିଏଲରେ ଡୋପ୍ ଟେଷ୍ଟ କରିବ ନାଡା
ନୂଆଦିଲ୍ଲୀ : ଆଇପିଏଲରେ ଡୋପ୍ ଟେଷ୍ଟିଂର ଦାୟିତ୍ୱ ଗ୍ରହଣ କରିବ ଜାତୀୟ ଆଣ୍ଟି ଡୋପିଂ ସଂସ୍ଥା ବା ନାଡା । ଆଇପିଏଲର ୧୩ ତମ ସଂସ୍କରଣ ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ବେଳେ ନାଡା ଏବଂ ୟୁଏଇର ଆଣ୍ଟି ଡୋପିଂ ସଂସ୍ଥା ନାଡୋ ମଧ୍ୟ ଡୋପ୍ ଟେଷ୍ଟରେ ସାମିଲ ହେବ । ଉଭୟ ସଂସ୍ଥା ପକ୍ଷରୁ ମିଳିତ ଭାବରେ ଟେଷ୍ଟିଂ କରାଯିବା ସହିତ ନାଡାର ଅଧିକାରୀଙ୍କୁ ୟୁଏଇରେ ୧୪ ଦିନିଆ କ୍ୱାରେଣ୍ଟିନରେ ରହିବାକୁ ପଡିବ । ଉଭୟ ଦେଶର ଆଣ୍ଟି ଡୋପିଂ କର୍ମଚାରୀଙ୍କ ପାଇଁ ବିସିସିଆଇ ପକ୍ଷରୁ ବାୟୋ ସିକ୍ୱର ବବଲ୍ ନିର୍ମାଣ କରାଯିବ । ତେବେ ଦୋହାରେ ପ୍ରତି ଟେଷ୍ଟ ନିମନ୍ତେ ୩୫୦ ଡଲାର ଖର୍ଚ୍ଚ ହେଉଥିବା କାରଣରୁ ନାଡା ପକ୍ଷରୁ ସୀମିତ ନମ୍ବରର ଟେଷ୍ଟ କରାଯିବ । ପୂର୍ବରୁ ସ୍ୱିଡେନର ସଂସ୍ଥା ଆଇଟିଡିଏମ୍ ଏହି ଟି ୨୦ ଲିଗର ଡୋପିଂ ଟେଷ୍ଟ ସମ୍ପାଦନ କରୁଥିଲା ।