ଆକାଶମାର୍ଗରୁ ଏରିୟଲ ସର୍ଭେ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆକାଶମାର୍ଗରୁ ଏରିୟଲ ସର୍ଭେ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆକାଶମାର୍ଗରୁ ଏରିୟଲ ସର୍ଭେ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର : ଆଜି ଅପରାହ୍ନରେ ଆକାଶମାର୍ଗରୁ ଏରିୟଲ ସର୍ଭେ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ବାତ୍ୟା କ୍ଷୟକ୍ଷତି ଆକଳନ କରିବେ । କ୍ଷୟକ୍ଷତି ଆକଳନ ପରେ ଏନେଇ ସମୀକ୍ଷା ହେବା ସହ କିଛି ଘୋଷଣା ହେବବୋଲି ଅନୁମାନ କରାଯାଉଛି । ବାତ୍ୟା ୟସ ପ୍ରଭାବରେ ଉତର ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନ ହୋଇଛି । କେତେକ ନଦୀରେ ବନ୍ୟା ସ୍ଥିତି ବି ସୃଷ୍ଟିହୋଇଛି । ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏସଂକ୍ରାନ୍ତରେ ସମୀକ୍ଷା କରିବା ସହ ରିଲିଫ ଘୋଷଣା କରିଥିଲେ । ବାତ୍ୟା ‘ୟସ୍’ର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଓ ଝଡ ତୋଫାନ ହୋଇଛି । ବାତ୍ୟା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ସ୍ଥିତି ସମୀକ୍ଷା କରିଥିବା ବେଳେ ବାତ୍ୟା ପରବତ୍ତର୍୍ୀ ସମୀକ୍ଷା କରିଛନ୍ତି । ସମୀକ୍ଷା ସମୟରେ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକର ୧୨୮ ଗାଁର ଲୋକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୭ ଦିନର ରିଲିଫ୍ ଘୋଷଣା କରିଛନ୍ତି । ୨୪ ଘଂଟା ମଧ୍ୟରେ ମୁଖ୍ୟ ରାସ୍ତାଗୁଡିକୁ ଯାତାୟତ ଉପଯୋଗୀ କରାଯିବା ଏବଂ ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକର ୮୦% ଅଚଳରେ ବିଦ୍ୟୁତ ସରବରାହ କାର୍ଯ୍ୟକ୍ଷମ ହେବ । ମୁଖ୍ୟମନ୍ତ୍ରୀ ସମସ୍ତ ପଚାଂୟତ ସ୍ତରୀୟ ପ୍ରତିନିଧି, ଜିଲ୍ଲା ପ୍ରଶାସନ, ଗୋଷ୍ଠୀ ସ୍ତରୀୟ ଅନୁଷ୍ଠାନ ଓ ପୋଲିସଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟାରେ ସଫଳତା ନିମନ୍ତେ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକରେ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।