ଆଜିଠୁ ହବିଷ୍ୟାଳି ପାଇଁ ପଞ୍ଜୀକରଣ

ଆଜିଠୁ ହବିଷ୍ୟାଳି ପାଇଁ ପଞ୍ଜୀକରଣ

ଆଜିଠୁ ହବିଷ୍ୟାଳି ପାଇଁ ପଞ୍ଜୀକରଣ

ପୁରୀ: ଆଜି ଆରମ୍ଭ ହେବ ହବିଷ୍ୟାଳିଙ୍କ ପାଇଁ ପଞ୍ଜୀକରଣ କରାଯିବ । ୨୯ ତାରିଖ ପର୍ୟ୍ୟନ୍ତ ଚାଲିବ । ଉଭୟ ଅଫ୍‌ଲାଇନ ଓ ଅନ୍‌ଲାଇନ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି।  www.puri.nic.in ୱେବ୍‌ସାଇଟରୁ ଫର୍ମ ପୂରଣ କରି ପୁରୀ ଜିଲ୍ଲା ପର୍ୟ୍ୟଟନ ଅଧିକାରୀଙ୍କୁ ଅନ୍‌ଲାଇନ୍‌ରେ ମେଲ୍‌ କରି ପଞ୍ଜୀକରଣ କରିହେବ ।

ଏଥିନିମନ୍ତେ oritourpuri@gmail.com ଆଇଡି ପ୍ରଦାନ କରାଯାଇଛି । ଅଫ୍‌ଲାଇନରେ ପଞ୍ଜୀକରଣ କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷ ଫର୍ମ ପୂରଣ କରି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଦାଖଲ କରିପାରିବେ । ଦରଖାସ୍ତକାରୀଙ୍କ ନାମ, ବୟସ, ସ୍ଥାୟୀ ଏବଂ ବର୍ତ୍ତମାନର ଠିକଣା, ଯୋଗାଯୋଗ ନମ୍ବର/ମେଲ୍‌ ଆଇଡି, ଜରୁରି ଆବଶ୍ୟକତା ପାଇଁ ସମ୍ପର୍କୀୟଙ୍କ ଯୋଗାଯୋଗ ନମ୍ବର, ଆଧାର ବା ଭୋଟର ପରିଚୟ ପତ୍ର ନମ୍ବର ଏବଂ ହବିଷ୍ୟାଳିଙ୍କ ପାସପୋର୍ଟ ସାଇଜ ଫଟୋ ସଂଯୋଗ କରିବା ଅନିବାର୍ୟ୍ୟ ରହିଛି । ଏହାବ୍ୟତୀତ ହବିଷ୍ୟାଳି ଡବଲ୍‌ ଡୋଜ୍‌ କୋଭିଡ୍‌ ଟିକା ନେବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।
ଅନ୍ୟପକ୍ଷରେ ହଜାର ହଜାର ହବିଷ୍ୟାଳି ପୁରୀରେ ରହି କାର୍ତ୍ତିକ ବ୍ରତ କରିବେ । ଏନେଇ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।