ପୁଣି ଭିଜିଲାନ୍ସ ଜାଲରେ ବଡବାବୁ, ଜାଣନ୍ତୁ କିଏ

ପୁଣି ଭିଜିଲାନ୍ସ ଜାଲରେ ବଡବାବୁ, ଜାଣନ୍ତୁ କିଏ

ପୁଣି ଭିଜିଲାନ୍ସ ଜାଲରେ ବଡବାବୁ, ଜାଣନ୍ତୁ କିଏ

ଭବାନୀପାଟଣା : ଆକ୍ସନ ମୋଡରେ ଭିଜିଲାନ୍ସ । ନିକଟରେ ଅନେକ ବଡ ବାବୁ ଭିଜିଲାନ୍ସ ଜାଲରେ ପଶିଥିବା ବେଳେ ଆଜି ଭିଜିଲାନ୍ସ ହାବୁଡରେ ପଡିଗଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଦକ୍ଷିଣ ବନଖଣ୍ଡ ଶଗଡ଼ା ରେଞ୍ଜର ଫରେଷ୍ଟର ଯୋଗେନ୍ଦ୍ର ମାଝି । ତାଙ୍କ ଗାଡିରୁ ୨ ଲକ୍ଷ ଟଙ୍କା ଜବତ ହେବା ପରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ପଚରାଉଚରା କରୁଛି ।

ଗତକାଲି ବିଳମ୍ବିତ ରାତିରେ ଯୋଗେନ୍ଦ୍ର ୨ ଲକ୍ଷ ଟଙ୍କା ନେଇ ବାଇକରେ ଘରକୁ ଫେରୁଥିଲେ । ଫରେଷ୍ଟର ଟଙ୍କା ନେଇ ଯାଉଥିବା ଭିଜିଲାନ୍ସ ଟିମ୍‌ କୌଣସି ସୂତ୍ରରୁ ଖବର ପାଇଥିଲା । ଭବାନୀପାଟଣା ଇରିଗଗ୍ରେସନ କଲୋନୀ ଛକଠାରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଭିଜିଲାନ୍ସ କର୍ମଚାରୀ ଛକି ରହିଥିଲେ । ଯୋଗେନ୍ଦ୍ର ଇରିଗ୍ରେସନ କଲୋନୀ ଛକରେ ପହଞ୍ଚିବା ପରେ ସେମାନେ ତାଙ୍କୁ ଅଟକାଇଥିଲେ । ଯୋଗେନ୍ଦ୍ରଙ୍କୁ ପଚରାଉଚରା କରିବା ପରେ ତାଙ୍କ ଗାଡିରୁ ୨ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଟିମ୍‌ । ପରେ ତାଙ୍କୁ  ଭବାନୀପାଟଣା ଆଣି ପଚରାଉଚରା କରୁଛି ଭିଜିଲାନ୍ସ ଟିମ୍‌ । ଯୋଗେନ୍ଦ୍ର ଏତେ ଟଙ୍କା କେଉଁଠି ଆଣିଲେ, କ’ଣ ପାଇଁ ଏତେ ଟଙ୍କା ନେଇ ଘରକୁ ଯାଉଥିଲେ ଭିଜିଲାନ୍ସ ବିଭାଗର ବରିଷ୍ଠ ଅଧିକାରୀ ତାଙ୍କୁ ପଚରାଉଚରା କରୁଛନ୍ତି ।