ଆପଣଙ୍କର ପାଦ ଫାଟୁଛିକି ଆପଣାନ୍ତୁ ଏହି ଉପାୟ

ଆପଣଙ୍କର ପାଦ ଫାଟୁଛିକି ଆପଣାନ୍ତୁ ଏହି ଉପାୟ

ଆପଣଙ୍କର ପାଦ ଫାଟୁଛିକି ଆପଣାନ୍ତୁ ଏହି ଉପାୟ
ଶୀତଦିନେ ଅଧିକାଂଶ ପାଦ ଫଟା ସମସ୍ୟା ହୋଇଥାଏ । ଆରମ୍ଭରୁ ପାଦର ଯତ୍ନ ନ ନେଲେ ପାଦ ଫାଟି ରକ୍ତ ବାହାରିବା ସହ ଚାଲିବା ମଧ୍ୟ କଷ୍ଟକର ହୁଏ । ଶୀତ ଋତୁରେ ପରିବେଶ ଥଣ୍ଡା ରହୁଥିବା କାରଣରୁ ପାଦ ସବୁଠୁ ପ୍ରଥମେ ପ୍ରଭାବିତ ହେଉଥିବାର ବିଶେଷଜ୍ଞଙ୍କ ମତ । ନିୟମିତ ଭାବେ ଘରେ ଓ ବାହାରେ ମୋଜା ପିନ୍ଧିବା ଉଚିତ । ଦୈନିକ ସ୍ନାନ ପୂର୍ବରୁ ପାଦରେ ବାଦାମ ତେଲ ମାଲିସ କରନ୍ତୁ । ସ୍ନାନ ପରେ ଭଲ କମ୍ପାନୀର ଫୁଟ୍ କି୍ରମ୍ ମାଲିସ କରି ମୋଜା ପିନ୍ଧିନେବେ । ଏପରି କଲେ ପାଦ ଫଟା ସମସ୍ୟା ହୋଇନଥାଏ । ମହୁରେ ଥିବା ପ୍ରାକୃତିକ ତତ୍ତ୍ୱ ମଧ୍ୟ ପାଦ ଫଟାରୁ ରକ୍ଷା କରେ । ଗୋଟିଏ ଛୋଟ ଟବ୍ରେ ନଖ ଉଷୁମ ପାଣି ଭର୍ତ୍ତି କରି ସେଥିରେ ୧ ବଡ଼ ଚାମଚ ମହୁ ମିଶାଇନେବେ । ସେହି ପାଣିରେ ପାଦ ୨୦ ମିନିଟ୍ ବୁଡ଼ାଇ ରଖନ୍ତୁ । ଏପରି କଲେ ପାଦରୁ ମୃତକୋଷିକା ବାହାରିବା ସହ ତ୍ୱଚା କୋମଳ ହୋଇଥାଏ ।ଫଟା ପାଦ ନିମନ୍ତେ ଅନ୍ୟ ଏକ ସରଳ ତଥା ଘରୋଇ ଉପଚାର ହେଲା ତେଲ ମାଲିସ । ନଡ଼ିଆ ତେଲ, ଅଲିଭ ତେଲ, ସୋରିଷ ତେଲ କିମ୍ବା ରାଶି ତେଲ ଯେ କୌଣସି ପ୍ରକାରର ଏକ ତେଲକୁ ନଖ ଉଷୁମ କରି ପାଦରେ ମାଲିସ କରନ୍ତୁ । ରାତିରେ ଶୋଇବା ପୂର୍ବରୁ ଏଇ ଉପଚାର କରି ମୋଜା ପିନ୍ଧି ଶୁଅନ୍ତୁ ।