ଆସନ୍ତାକାଲି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି

ଆସନ୍ତାକାଲି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି

ଆସନ୍ତାକାଲି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି
ଭୁବନେଶ୍ୱର: ଆସନ୍ତାକାଲି ଠାରୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ଅସନ୍ତାକାଲି ସନ୍ଧ୍ୟା ୬ଟା ସମୟରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଓହ୍ଲାଇବେ। ରାଜଭବନରେ ରାଷ୍ଟ୍ରପତି ରାତ୍ରିଯାପନ କରିବେ।୨୮ ତାରିଖ ସକାଳେ ରାଷ୍ଟ୍ରପତି ଗୋପାଳପୁର ଅଭିମୁଖେ ଯିବେ। ରାଷ୍ଟ୍ରପତି ଗୋପାଳପୁର ସ୍ଥିତ ଗୋଳାବନ୍ଧଠାରେ ଥିବା ଆର୍ମି ଏୟାର ଡିଫେନ୍ସ କେନ୍ଦ୍ରର କାର୍ଯ୍ୟକ୍ରମରେ ଯୋଗଦେବେ। ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କେନ୍ଦ୍ରର ୨୫ ବର୍ଷ ପୂର୍ତ୍ତି ଅବସରରେ ଆର୍ମି ଏୟାର ଡିଫେନ୍ସ କର୍ଫକୁ ସମ୍ମାନଜନକ ପ୍ରେସିଡେନ୍ସ କର୍ଲସ ପ୍ରଦାନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ସ୍ଥଳସେନା ମୁଖ୍ୟ ବିପିନ ରାୱତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଗୋପାଳପୁର କାର୍ଯ୍ୟକ୍ରମରୁ ଫେରି ରାଷ୍ଟ୍ରପତି ନୂଆଦିଲ୍ଳୀ ପ୍ରତ୍ୟାବର୍ତ୍ତନ କରିବେ।