ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
admin
Aug 22, 2019 - 07:12
Updated: Aug 22, 2019 - 07:12
ଭୁବନେଶ୍ୱର : ଆସନ୍ତାକାଲି/ ୨୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯିବେ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ନକ୍ସଲ ସଂକ୍ରାନ୍ତୀୟ ସମୀକ୍ଷା ବୈଠକରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅଗଷ୍ଟ ୨୬ରେ ହେବାକୁ ଥିବା ଏହି ବୈଠକରେ ୧୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ଅଛି । ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଝାରଖଣ୍ଡ, ବିହାର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଉତରପ୍ରଦେଶ, ମଧ୍ୟପ୍ରଦେଶ, କେରଳର ମୁଖ୍ୟମନ୍ତ୍ରୀ ବୈଠକରେ ଯୋଗଦେଇ ମାଓ ମୁକାବିଲା ସଂକ୍ରାନ୍ତରେ ଆଲୋଚନା କରିବେ ।
ସୂଚନାଯୋଗ୍ୟଯେ, ଏବେ କେନ୍ଦ୍ର ସରକାର ଆତଙ୍କବାଦ ମୁକାବିଲାରେ ବଡ଼ ସଫଳତା ହାସଲ କରିଛନ୍ତି । ମୋଦି ସରକାରଙ୍କ ଅମଳରେ ଦେଶରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ମଧ୍ୟ ଦେଖିବାକୁ ମିଳିନାହିଁ । ତେବେ ଅନେକ ରାଜ୍ୟ ପାଇଁ ମାଓ ସମସ୍ୟା ଏକ ଚିନ୍ତାର କାରଣ ପାଲଟିଛି । ତେବେ ପୂର୍ବାପେକ୍ଷା ମାଓ ଆକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଏହାର ବିଲୋପ ନିତାନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି । ସେଥିପାଇଁ ଓଡ଼ିଶା ସରକାର ମାଓ ଅଧ୍ୟୁଷିତ ଅଂଚଳରେ ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଫଳରେ ବିଗତ ଦିନମାନଙ୍କରେ ଅନେକ କ୍ୟାଡ଼ର ମାଓବାଦୀ ସମାଜର ମୁଖ୍ୟସ୍ରୋତକୁ ଫେରି ଆସିଛନ୍ତି ।