ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ :ଇନ୍ସପେକ୍ଟରଙ୍କ ଘରେ କୋଟିଏ ଟଙ୍କାର ସମ୍ପତ୍ତି

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ :ଇନ୍ସପେକ୍ଟରଙ୍କ ଘରେ କୋଟିଏ ଟଙ୍କାର ସମ୍ପତ୍ତି

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ :ଇନ୍ସପେକ୍ଟରଙ୍କ ଘରେ କୋଟିଏ ଟଙ୍କାର ସମ୍ପତ୍ତି
ଜଳେଶ୍ୱର: ବ୍ରାଉନ ସୁଗାର ମାଫିଆଙ୍କ ସହ ଲିଙ୍କରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନାରେ ନିଲମ୍ବିତ ଇନ୍ସପେକ୍ଟର ଧନେଶ୍ୱର ସାହୁଙ୍କ ଘରେ ଭିଜିଲାନ୍ସ ଛାପା ମାରିଛି । ତାଙ୍କ ଜଳେଶ୍ୱର ସରକାରୀ କ୍ୱାର୍ଟର୍ସ, ନରସିଂହପୁର ଥାନା ଅନ୍ତର୍ଗତ ବଡ଼ଭୂଇଁ ପୈତୃକ ଘର, ଭୁବନେଶ୍ୱର ଫ୍ଲାଟ, ଅଫିସ ଘର ସହ ମୋଟ ୭ଟି ଜାଗାରେ ଚଢ଼ଉ କରିଛି ଭିଜିଲାନ୍ସ ବିଭାଗ । ଏହି ସମୟରେ ତାଙ୍କ ଘରୁ ୧ କୋଟି ୧୧ ଲକ୍ଷ ୩୫ ହଜାର ୭୧୫ ଟଙ୍କା ମୂଲ୍ୟର ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ ହୋଇଛି । ଭିଜିଲାନ୍ସ ଅଧିକାରୀ ତାଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି । ଅଗଷ୍ଟ ମାସ ୩୧ ତାରିଖରେ ଶ୍ରୀ ସାହୁ ବ୍ରାଉନସୁଗାର ମାଫିଆଙ୍କ ସହ ହୋଇଥିବା କଥାବାର୍ତ୍ତାର ଅଡିଓ ଭାଇରାଲ ହୋଇଥିଲା । ଏହା ପରେ ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ର ତାଙ୍କ ୧୪ ତାରିଖରେ ବାଲେଶ୍ୱର ପୁଲିସ ମୁଖ୍ୟାଳୟକୁ ବଦଳି କରିଥିଲେ । ଅଗଷ୍ଟ ୧୫ରେ ଡିଜିପି ଅଭୟ ତାଙ୍କୁ ନିଲମ୍ବିତ କରିଥିଲେ ।