ଏମିତି ପ୍ରସ୍ତୁତ କରନ୍ତୁ ଫୁଲକୋବି ନଡ଼ିଆ ଗ୍ରେଭି

ଏମିତି ପ୍ରସ୍ତୁତ କରନ୍ତୁ ଫୁଲକୋବି ନଡ଼ିଆ ଗ୍ରେଭି

ଏମିତି ପ୍ରସ୍ତୁତ କରନ୍ତୁ ଫୁଲକୋବି ନଡ଼ିଆ ଗ୍ରେଭି
ସାମଗ୍ରୀ: କଟା ଫୁଲକୋବି: ୧ କେଜି, ଜିରା ୨ ଚାମଚ, ସୋରିଷ ୧ ଚାମଚ, କଟା ପିଆଜ: ୧ଟା, କଟା ଅଦା: ଛୋଟ ଖଣ୍ଡେ, କଟା ରସୁଣ: ୬ କୋଳା, ଶୁଖିଲା ଲଙ୍କା ୧ ଟା, ଧନିଆଗୁଣ୍ଡ ୧ ଚାମଚ, ଜିରାଗୁଣ୍ଡ: ୧ ଚାମଚ, ହଳଦୀ ଗୁଣ୍ଡ ଅଧାଚାମଚ, କରି ପାଉଡର : ୧ ଚାମଚ, ନଡ଼ିଆ ରସ: ୪୦୦ ଏମଏଲ, କଟା ଟମାଟୋ ୨ଟା, ଲେମ୍ବୁରସ :୧ ଚାମଚ, କଟା ଧନିଆ ପତ୍ର ଅଳ୍ପ, ଗୋଟା ରସୁଣ: ୬ ପାଖ୍‍ୁଡା, ଲଙ୍କାଗୁଣ୍ଡ ଅଧାଚାମଚ, ଲୁଣ ପ୍ରୟୋଜନ ଅନୁସାରେ । ପ୍ରଣାଳୀ: ପ୍ରଥମେ କୋବିକୁ ଭଲ ଭାବେ ଧୋଇ ରଖନ୍ତୁ । ତା ପରେ ଗ୍ୟାସରେ କଡେ଼ଇ ବସାଇ ତେଲ ଦିଅନ୍ତୁ । ତେଲ ଗରମ ହୋଇଗଲେ ଜିରା ପକାଇ ଫୁଟାନ୍ତୁ । ସେଥିରେ କଟା କୋବି ଓ ଲୁଣ ପକାଇ ଭାଜି ଦିଅନ୍ତୁ । କୋବି ହାଲକା ଲାଲ ହୋଇ ଆସିଲେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ । ଆଉ ଥରେ ଗ୍ୟାସରେ କଡେ଼ଇ ବସାଇ ତେଲ ଦିଅନ୍ତୁ । ତେଲ ଗରମ ହୋଇଗଲେ ଅଳ୍ପ ଜିରା ପକାଇ ଫୁଟାନ୍ତୁ । ସେଥିରେ କଟା ପିଆଜ ପକାଇ ନରମ ହେବା ପର୍ଯ୍ୟନ୍ତ ଭାଜନ୍ତୁ । କଟା ଅଦା, କଟା ରସୁଣ, ଶୁଖିଲା ଲଙ୍କା, ଧନିଆ ଗୁଣ୍ଡ, ଜିରାଗୁଣ୍ଡ, ହଦଳୀ ଗୁଣ୍ଡ, କରି ପାଉଡର, ନଡ଼ିଆ ରସ, ଭଜା ଫୁଲକୋବି ଓ କଟା ଟମାଟୋ ପକାଇ ମଧ୍ୟମ ଆଞ୍ଚରେ ୧୦ ମିନିଟ ପର୍ଯ୍ୟନ୍ତ କଷନ୍ତୁ । ତା ପରେ ଲେମ୍ବୁରସ ଓ ଲୁଣ ପକାଇ ଭଲ ଭାବେ ଗୋଳଇ ଦିଅନ୍ତୁ । ଅଳ୍ପ ପାଣି ଦେଇ କୋବିକୁ ଫୁଟିବାକୁ ଛାଡ଼ି ଦିଅନ୍ତୁ । ତରକାରି ଟିକେ ହଳଦିଆ ହୋଇ ଆସିଲେ କଟା ଧନିଆ ପତ୍ର ପକାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ । ତା ପରେ ଆଉ ଏକ ଛୋଟ କଡେ଼ଇ ବା ଫ୍ରାଇଙ୍ଗ ପ୍ୟାନ ଗ୍ୟାସରେ ବସାନ୍ତୁ । ସେଥିରେ ଅଳ୍ପ ତେଲ ଦିଅନ୍ତୁ । ତେଲ ଗରମ ହୋଇଗଲେ ଜିରା, ସୋରିଷ, ଗୋଟା ରସୁଣ, ଲଙ୍କାଗୁଣ୍ଡ ପକାଇ ଛୁଙ୍କ ପ୍ରସ୍ତୁତ କରନ୍ତୁ । ତା ପରେ ଏହି ଛୁଙ୍କକୁ ଗ୍ରେଭି ଉପରେ ଢ଼ାଳି ଦିଅନ୍ତି । ଗରମ ଗରମ ରୁଟି କିମ୍ବା ପରଟା ସହିତ ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖୁଆନ୍ତୁ ।