ବଘରା ବାଇଗଣ
ବଘରା ବାଇଗଣ
admin
Jun 2, 2019 - 09:04
Updated: Jun 2, 2019 - 09:04
ସାମଗ୍ରୀ:
ବାଇଗଣ ୬ରୁ ୮ଟି
କଟା ପିଆଜ ୧କପ
ଅଦା ରସୁଣ ବଟା ୨ଚାମଚ
କୋରାନଡିଆ ୩କପ
ଭଜା ଧନିଆ ୧ଚାମଚ
ଭଜା ଜିରା ୧ଚାମଚ
ଚାରୁମଗଜ ୧ଚାମଚ
ହଳଦୀ ଗୁଣ୍ଡ ୨ଚାମଚ
ନାଲି କ୍ୟାପସିକମ ଗୁଣ୍ଡ ଅଧା ଚାମଚ
ଭୁର୍ସଙ୍ଗପତ୍ର ୭ରୁ ୮ଟି
ଧନିଆପତ୍ର ୧ଚାମଚ
ଲୁଣ ଆବଶ୍ୟକତା ଅନୁସାରେ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଗ୍ୟାସରେ କଡାଇ ବସାଇ ତେଲ ଦିଅନ୍ତୁ । ତେଲ ଗରମ ହେଲା ପରେ ବାଇଗଣକୁ ଛାଣି ଦିଅନ୍ତୁ । ବାଇଗଣ ଟିକେ ନରମ ହୋଇଆସିଲେ ତାକୁ ଏକ ପାତ୍ରକୁ କାଢ଼ି ରଖନ୍ତୁ । ତାପରେ ନଡିଆ କୋରା, ଭଜା ଧନିଆ, ଭଜା ଜିରା ଓ ଚାରମଗଜରେ ଅଳ୍ପ ପାଣି ଦେଇ ଭଲ ଭାବେ ଗ୍ରାଇଣ୍ଡିଂ କରି ଦିଅନ୍ତୁ । ଗ୍ୟାସରେ ଅନ୍ୟ ଏକ କଡାଇ ବସାଇ ତେଲ ଦିଅନ୍ତୁ । ତେଲ ଗରମ ହୋଇଗଲା ପରେ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ନରମ ହୋଇ ଆସିଲେ ସେଥିରେ ଅଦା ରସୁଣ ବଟା ପକାଇ କଷନ୍ତୁ । ତାପରେ ଭୁର୍ସଙ୍ଗପତ୍ର ଓ ପୂର୍ବରୁ ଗ୍ରାଇଣ୍ଡିଂ କରି ରଖିଥିବା ମସଲାକୁ ପକାଇ ଭଲ ଭାବେ କଷନ୍ତୁ । ମସଲା ଟିକେ କଷି ହୋଇଗଲା ପରେ ତେନ୍ତୁଳି ରସ, ହଳଦୀ ଗୁଣ୍ଡ, ନାଲି କ୍ୟାପସିକମ ଗୁଣ୍ଡ ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ । ତାପରେ ଛଣା ହୋଇଥିବା ବାଇଗଣକୁ ପକାଇ ମଧ୍ୟମ ଆଂଚରେ କିଛି ସମୟ ପର୍ଯ୍ୟନ୍ତ ଫୁଟିବାକୁ ଛାଡି ଦିଅନ୍ତୁ । ଅଳ୍ପ ସମୟ ପରେ ଗ୍ୟାସ ବନ୍ଦ କରି ଗୋଟିଏ ପାତ୍ରକୁ କାଢ଼ି ଦିଅନ୍ତୁ । ସେଥିରେ ଧନିଆ ପତ୍ର ସଜାଇ ଗରମ ଗରମ ନିଜେ ଖାଇବା ସହିତ ଅନ୍ୟମାନଙ୍କୁ ଖୁଆନ୍ତୁ ।