କରୋନା ଚିନ୍ତା : ରାଜ୍ୟ ବାହାରୁ ଫେରିଛନ୍ତି ୭୮ ହଜାର
କରୋନା ଚିନ୍ତା : ରାଜ୍ୟ ବାହାରୁ ଫେରିଛନ୍ତି ୭୮ ହଜାର
admin
Mar 26, 2020 - 04:50
Updated: Mar 26, 2020 - 04:50
ଭୁବନେଶ୍ୱର : ବିଦେଶ ଓ ଅନ୍ୟ ରାଜ୍ୟରୁ ଓଡ଼ିଆମାନେ ଘରବାହୁଡ଼ା ଜାରି ରଖିଛନ୍ତି । ଗତ କିଛି ଦିନ ଭିତରେ ଓଡ଼ିଶାକୁ ଅନ୍ୟ ରାଜ୍ୟରୁ ୭୮ ହଜାର ୨୩୩ ଜଣ ଲୋକ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କୁ କରୋନା ସଂକ୍ରମିତ ହୋଇଥିବା ସନେ୍ଦହ କରାଯାଉଛି । ଅପରପକ୍ଷରେ ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ସେମାନଙ୍କୁ ଘରେ ରହିବା ଲାଗି ରାଜ୍ୟ ସରକାର କଡ଼ା ନିଦେ୍ର୍ଧଶ ଦେଇଛନ୍ତି । ଏହି ନିଦେ୍ର୍ଧଶନାମା କିଭଳି ଠିକଣା ଢ଼ଙ୍ଗରେ କାର୍ଯ୍ୟକାରୀ ହେବ ସେଥିପାଇଁ ଗ୍ରାମ ପଞ୍ଚାୟତ ଓ ଜିଲ୍ଲା ଅଧିକାରୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।
ସେହିପରି ଅନ୍ୟ ରାଜ୍ୟରୁ ଫେରିଥିବା ଲୋକମାନଙ୍କ ମଧ୍ୟରେ ୩ଟି ଜିଲ୍ଲାରୁ ମାତ୍ର ୫୦୦ ଜଣ ଲେଖାଏଁ ଥିବା ବେଳେ ଅନ୍ୟ ୨୭ଟି ରାଜ୍ୟରୁ ୧୦୦୦-୧୧୦୦୦ ଲୋକ ରହିଛନ୍ତି । ତେଣୁ ଏହି ବ୍ୟକ୍ତିମାନେ ୧୪ ଦିନ ପର୍ଯ୍ୟନ୍ତ ଘରେ ସଙ୍ଗରୋଧ ବା କ୍ୱାରାଣ୍ଟିନରେ ରହିବା ଲାଗି ନିଦେ୍ର୍ଧଶ ଦିଆଯାଇଛି ।
ଅପର ପକ୍ଷରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୬୩ଟି କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ମାତ୍ର ୨ଟି ପଜିଟିଭ ରହିଛି । ଦୁଇ ସଂକ୍ରମିତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ସେମାନେ ହସ୍ପିଟାଲରେ ଦିଆଯାଉଥିବା ଖାଦ୍ୟ ଖାଉଛନ୍ତି । ୩୬ ଜଣ ବ୍ୟକ୍ତି ହସ୍ପିଟାଲରେ ଆଇସୋଲେସନରେ ରହିଥିବା ବେଳେ କରୋନା ସଂକ୍ରମିତ ସଂସ୍ପର୍ଶରେ ଆସିଥିବା ୫୫ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବା ସହ ସମସ୍ତଙ୍କୁ ଯୋଗାଯୋଗ କରାଯାଇଛି । ଭୁବନେଶ୍ୱରରେ ୧୦ଟି ମନିଟରିଂ ଟିମ ଓ ରାଜ୍ୟରେ ୧୦୦ଟି ମନିଟରିଂ ଟିମ୍ ଏଥିପାଇଁ କାମ କରୁଛି । ୧୦୪ ସହାୟତା ନମ୍ବର ଓ ପୋର୍ଟାଲରେ ଏ ପର୍ଯ୍ୟନ୍ତ ୪୦୧୫ ଜଣ ବ୍ୟକ୍ତି ନିଜର ପଞ୍ଜୀକରଣ କରିସାରିଛନ୍ତି । ଅପରପକ୍ଷରେ ଯେତିକି ସଂଖ୍ୟକ ବିଦେଶ ଫେରନ୍ତା ବ୍ୟକ୍ତି ପଞ୍ଜୀକରଣ କରିଛନ୍ତି ସେମାନଙ୍କ ମଧ୍ୟରୁ ୧୦୦ ଜଣଙ୍କ ନିକଟରେ କରୋନା ସଂକ୍ରମଣର ଲକ୍ଷଣ ରହିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ସେମାନଙ୍କ ଉପରେ ରାଜ୍ୟ ସରକାର ସତର୍କ ଦୃଷ୍ଟି ରଖିଛନ୍ତି ଓ ଯେଉଁ ପଦକ୍ଷେପ ଆବଶ୍ୟକ ତାହା ସରକାର ଗ୍ରହଣ କରିବେ । ତେବେ ଲକଡାଉନକୁ ଯଦି କଡ଼ାକଡ଼ି ଭାବେ ପାଳନ ନ କରାଯାଏ ଓ ଲୋକମାନେ ସଚେତନ ନ ହୁଅନ୍ତି ତେବେ ରାଜ୍ୟର ଜନସଂଖ୍ୟାକୁ ଦେଖିଲେ ଆସନ୍ତା ମେ ମାସ ଶେଷ ବେଳକୁ ୩୬ ହଜାର ଲୋକ କରୋନାରେ ସଂକ୍ରମିତ ହୋଇପାରନ୍ତି ବୋଲି ଚିନ୍ତା ପ୍ରକଟ କରିଥିଲେ ।