କାହିଁକି ହଠାତ ‘ଦାଦାବଟି’ ବିରୋଧୀ ଅଭିଯାନ

କାହିଁକି ହଠାତ ‘ଦାଦାବଟି’ ବିରୋଧୀ ଅଭିଯାନ

କାହିଁକି ହଠାତ ‘ଦାଦାବଟି’ ବିରୋଧୀ ଅଭିଯାନ
‘ଦାଦାବଟିକୁ ନା’ । ଲୋକାନ ଦାଦାଙ୍କୁ ଆଉ ମାଫ ନାହିଁ । ଆକ୍ସନର ଆଣ୍ଟି ଏକ୍ସଟର୍ସନ ଟାସ୍କ ଫୋର୍ସ । ଟୁଇନସିଟିରେ ଦୁଇ ଦିନ ହେଲା ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳୁଛି । ଜଣେ କି ଦୁଇ ଜଣ ନୁହେଁ, ଦୁଇ ଦିନରେ ୧୫ ରୁ ଅଧିକ ଅସାମାଜିକଙ୍କୁ ପୁଲିସ ହାଜତରେ ପୁରାଇ ସାରିଲାଣି । ତେବେ ଏହି ଅଭିଯାନ ପଛରେ ପଟିଆ ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ସରକାରୀ ଚାକିରିଆଙ୍କ ଦୁଃଖ କାହାଣୀ ରହିଛି । ସାଢେ଼ ୩ ବର୍ଷ ତଳେ ସେ ପଟିଆ ଅଞ୍ଚଳରେ ଏକ ଜମି କିଣିଥିଲେ । ସେଠାରେ ବିଲ୍ଡିଂ ବନାଇବା ବେଳେ ଲୋକାଲ ଦାଦାଙ୍କ ଆକ୍ରୋଶର ଶିକାର ହୋଇଥିଲେ । ସମ୍ପୃକ୍ତ ଅସାମାଜିକ ବ୍ୟକ୍ତି ଜଣକ ତାଙ୍କଠାରୁ ବାଲି, ଗୋଡ଼ି, ସିମେଣ୍ଟ କିଣିବାକୁ ଧମକ ଦେଇଥିଲା । ଏମିତି ଏଠାରେ ଘର କରିବାକୁ ହେଲେ ମାସିକିଆ ବଟି ଦେବାକୁ ପଡ଼ିବ ବୋଲି ଶୁଣାଇଥିଲା । ଏ ନେଇ ବୃଦ୍ଧ ଜଣକ ଇନଫୋସିଟି ଥାନାରେ ଅନେକ ଥର ଅଭିଯୋଗ କରିଥିଲେ । ଡିସିପି ଓ ସିପିଙ୍କ ଅଫିକୁ ଏକାଧିକ ଥର ଦୌଡ଼ିଥିଲେ । ୟା ଭିତରେ ୩ ବର୍ଷ ବିତିଗଲା । କିନ୍ତୁ କିଛି ସୁଫଳ ମିଳିଲାନି । ଗତ ମାସରେ ସମ୍ପୃକ୍ତ ବୃଦ୍ଧ ଜଣକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଗୋଚର ହେବା ପରେ ତୁରନ୍ତ ଏଭଳି ଅସାମାଜିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିଦେ୍ର୍ଧଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ପୁଲିସ ବାହିନୀକୁ ଏମିତି ନିଦେ୍ର୍ଧଶ ବି ମିଳିଛି, ଯଦି ଏଭଳି ଅଭିଯୋଗ କୌଣସି ରାଜନୈତିକ ଦଳର ନେତା, ପୂର୍ବତନ କର୍ପୋରେଟର, ବିଧାୟକ କିମ୍ବା ମନ୍ତ୍ରୀ ବିରୋଧରେ ଆସୁଛି । ସେମାନଙ୍କ ବିରୋଧରେ ମଧ୍ୟ ଆକ୍ସନ ନିଅ ।