କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ହାଲଚାଲ

କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ହାଲଚାଲ

କେନ୍ଦୁଝରଗଡ:କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ ରାଜ୍ୟ ରାଜନୀତିରେ ଏକ ପ୍ରମୁଖ ଅଣକଂଗ୍ରେସ ଦୁର୍ଗ ଭାବେ ମାନ୍ୟତା ପାଇଆସିିଛି । ଏଠାରେ ମୋଟ ୧୫ ଥର ବିଧାନସଭା ନିର୍ବାଚନ ମଧ୍ୟରୁ କଂଗ୍ରେସ ମାତ୍ର ଥରଟିଏ ଜିତିଛି । ଯୋଗେନ୍ଦ୍ର ନାଏକ କଂଗ୍ରେସ ଟିକେଟରେ ପ୍ରଥମ ଥର ପାଇଁ ୧୯୮୦ ନିର୍ବାଚନରେ ବିଜୟୀ ହୋଇଥିଲେ । ତା ପରଠାରୁ ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ସଫଳତା ପାଇ ପାରିନାହାନ୍ତି । କେନ୍ଦୁଝର ସଦର ଆସନରୁ ୧୯୫୨ ପ୍ରଥମ ନିର୍ବାଚନରେ ତତ୍କାଳୀନ କେନ୍ଦୁଝର ରାଜା ସ୍ୱାଧୀନ ଭାବେ ଲଢି ବିଜୟୀ ହୋଇଥିବା ବେଳେ ଗଣପରିଷଦ ୨ ଥର ସ୍ୱତନ୍ତ୍ର ପାର୍ଟି ୨ ଥର ଉକôଳ କଂଗ୍ରେସ ଥରେ, ଜନତା ପାର୍ଟି ଦୁଇଥର ଜନତା ଦଳ ଦୁଇ ଥର ବିଜୟୀ ହୋଉଛିନ୍ତି । ପ୍ରଧାନମନ୍ତ୍ରୀ ଇନ୍ଦରା ଗାନ୍ଧିଙ୍କ ଅକାଳ ମୃତୁ୍ୟ ପରେ ସମଗ୍ର ଦେଶରେ କଂଗ୍ରେସ ପ୍ରତି ଅନୁକମ୍ପାମୂଳକ ଭୋଟ ମିଳିଥିଲା । ଓଡିଶା ସମେତ ବହୁ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା । ସେହି ସମୟରେ ମଧ୍ୟ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଡମରୁଧର ନାଏକ ଜନତାପାର୍ଟି ପାର୍ଥୀ ଛୋଟରାୟ ମାଝୀଙ୍କ ଠାରୁ ୧୨୪ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ । ୧୯୯୫ରୁ ୨୦୦୪ ପର୍ଯ୍ୟନ୍ତ ଲଗାତର ୩ ଥର ପାଇଁ ଏହି ଆସନରୁ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ ହେଁ ପରବର୍ତୀ ସମୟରେ ଗତ ଦୁଇଟି ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ଉଭୟ ବିଜେପି ଓ କଂଗ୍ରେସ ଭଳି ଦୁଇ ଜାତୀୟଦଳକୁ ନିରାଶ କରିଛି । ବିଜେପି-ବିଜେଡି ମେଂଟ ସମୟରେ ଏହି ଆସନରୁ ବିଜେପି ପ୍ରାର୍ଥୀ ମୋହନ ଚରଣ ମାଝୀ ୨୦୦୦ ଓ ୨୦୦୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ପରାସ୍ତ କରିଥିଲେ । ତେବେ ୨୦୦୯ ଓ ୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ଶ୍ରୀ ମାଝୀଙ୍କ ପରାଜୟ ପରେ ବିଜେପି ପ୍ରାର୍ଥୀ ଶ୍ରୀ ମାଝୀଙ୍କ ପରାଜୟ ପରେ ବିଜେପି ଚଳିତ ନିର୍ବାଚନରେ ଏହି ଆସନରୁ ନୂଆମୁହଁ ଭାବେ ଜଣେ ଦକ୍ଷତାସମ୍ପନ୍ନ ଯୁବପ୍ରତିଭାଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହୋଇଛି । ୨୦୦୯ ନିର୍ବାଚନରେ ଏହି ଆସନରୁ ଶାସକ ବିଜେଡି ପ୍ରାର୍ଥୀ ସୁବର୍ଣ୍ଣ ନାଏକ ବିଜୟୀ ହୋଇଥିବା ବେଳେ ୨୦୦୪ ନିର୍ବାଚନରେ ଅଭିରାମ ନାଏକ ବିଜେଡି ଟିକେଟ୍ରେ ବିଜୟୀ ହୋଇଥିଲା । ଏଥର ମଧ୍ୟ ବିଜେଡି ମୁହଁ ସନ୍ଧାନରେ ଥିବା ଚର୍ଚ୍ଚା ହୋଇଛି ।