କେନ୍ଦ୍ର ଦେଲା ୨୧ ଲକ୍ଷ ସିରିଞ୍ଜ

କେନ୍ଦ୍ର ଦେଲା ୨୧ ଲକ୍ଷ ସିରିଞ୍ଜ

କେନ୍ଦ୍ର ଦେଲା ୨୧ ଲକ୍ଷ ସିରିଞ୍ଜ
ଭୁବନେଶ୍ୱର: କରୋନା ଟିକାକରଣ ନେଇ ରାଜ୍ୟରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୨୧ ଲକ୍ଷ ସିରିଞ୍ଜ ଓ ୨୪ ଆଇସ ଲାଇନଡ ରେଫି୍ରଜିରେଟର ବା ଆଇଏଲଆର ଯୋଗାଇ ଦିଆଯାଇଛି । ଅଳ୍ପ କିଛି ଦିନ ଭିତରେ ଦେଶରେ କରୋନା ପାଇଁ ଟିକାକରଣ ଆରମ୍ଭ ହେବ ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ଓଡ଼ିଶାରେ ଉକ୍ରଣ୍ଠା ବୃଦ୍ଧି ପାଇଚି । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ବରିଷ୍ଠ ନାଗରିକଙ୍କୁ ମିଶାଇ ସମୁଦାୟ ୩.୨ ଲକ୍ଷଙ୍କୁ ଟିକା ପ୍ରଦାନ କରାଯିବ ବୋଲି ସ୍ଥିର ହୋଇଛି । ଏଥିପାଇଁ ସମସ୍ତଙ୍କ ପଞ୍ଜୀକରଣ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ କେଉଁ କମ୍ପାନୀର ଟିକା ଓ କେତୋଟି ଡୋଜ ଦିଆଯିବ, ତାହା ସ୍ପଷ୍ଟ ହୋଇପାରିନାହିଁ । ତେବେ ଅଧିକାଂଶ କମ୍ପାନୀର ଟିକା ଦୁଇଟି ଡୋଜ ରହିଥିବା ଆଲୋଚନା ହେଉଚି । ରାଜ୍ୟରେ ଗଣ ଟିକାକରଣ ୯୩୬ ଆଇସଲାଇନଡ ରେଫି୍ରଜିରେଟର ବା ଆଇଏଲଆର, ୭୦ ବଡ ଆଇଏଲଆର, ୩୦ ବୃହତ ଡିପ ଫି୍ରଜର, ୭୩୩୧ ନିଡିଲ ତଥା ହବ କଟର, ୫୦୬ ସାର୍ପ ପିଟ, ୧୪୭୩ ଡାଟା ଲଗର୍ସ, ୨ଟି ୱାକ ଇନ କୁଲର ଓ ୨ଟି କେଭିଏ ଜେନେରେଟର ଆବଶ୍ୟକ । ଏହା ସହ ୧୦ କୋଟିରୁ ଅଧିକ ସିରିଞ୍ଜର ଆବଶ୍ୟକତା ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଏହି ଭିତ୍ତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୦.୫ ମିଲିର ସ୍ୱୟଂ ନଷ୍ଟ ବା ଏଡି ୨୧ ଲକ୍ଷ ସିରିଞ୍ଜ ଓ ୨୪ ଆଇଏଲଆର ଯୋଗାଇ ଦିଆଯାଇଚି । ମାତ୍ର ଡିପ ଫି୍ରଜର ଆସିନାହିଁ ।