କୋହଲି, ରୋହିତ ଟପ ୫ରେ

କୋହଲି, ରୋହିତ ଟପ ୫ରେ

କୋହଲି, ରୋହିତ ଟପ ୫ରେ

ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତା ତାଲିକାରେ ଭାରତୀୟ ଦଳର ଦୁଇ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ସ୍ଥାନ ବଜାୟ ରଖୁଛନ୍ତି । ବ୍ୟାଟିଂ ମାନ୍ୟତା ତାଲିକାରେ କୋହଲି ଦ୍ୱିତୀୟ ଓ ରୋହିତ ତୃତୀୟ ସ୍ଥାନରେ ରହିଛନ୍ତି । ରୋହିତ ରେଟିଂ ପଏଣ୍ଟରେ କୋହଲିଙ୍କ ନିକଟତର ହୋଇଛନ୍ତି। କୋହଲି ୮୨୮ ପଏଣ୍ଟ ସହ ଦ୍ୱିତୀୟରେ ରହିଛନ୍ତି । ରୋହିତଙ୍କ ପଏଣ୍ଟ ସଂଖ୍ୟା ୮୦୭ରେ ପହଞ୍ଚିଛି । ୱେଷ୍ଟ୍ଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅର୍ଦ୍ଧଶତକ ପରେ ରୋହିତଙ୍କ ପଏଣ୍ଟ ବୃଦ୍ଧି ପାଇଛି ।


ମାନ୍ୟତା ତାଲିକାରେ ପାକିସ୍ତାନର ବାବର ଆଜମ ଶୀର୍ଷ ସ୍ଥାନ ବଜାୟ ରଖୁଛନ୍ତି । ଦକ୍ଷିଣ ଆଫ୍ରିକାର କ୍ଲିଣ୍ଟନ ଡି କକ୍ ଚତୁର୍ଥ, ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ ପଞ୍ଚମ, ଇଂଲଣ୍ଡର ଜନି ବେୟାରଷ୍ଟୋ ଷଷ୍ଠ, ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣର ସପ୍ତମ, ଦକ୍ଷିଣ ଆଫ୍ରିକାର ରାଶି ଭାନ ଡର ଡୁସେନ ଅଷ୍ଟମ, ପାକିସ୍ତାନର ଫଖର ଜମାନ ନବମ ଓ ଇଂଲଣ୍ଡର ଜୋ ରୁଟ୍ ଦଶମ ସ୍ଥାନରେ ରହିଛନ୍ତି । ବୋଲିଂ ମାନ୍ୟତା ତାଲିକାର ଶୀର୍ଷ ୧୦ରେ ଭାରତର କେବଳ ଯଶପ୍ରୀତ ବୁମରା ସ୍ଥାନ ପାଇଛନ୍ତି । ସେ ସପ୍ତମ ସ୍ଥାନରେ ରହିଛନ୍ତି ।