କୋହଲିଙ୍କ ନିଷ୍ପତ୍ତିରେ ଲାରା ଚକିତ, କହିଲେ ଏମିତି କଥା

କୋହଲିଙ୍କ ନିଷ୍ପତ୍ତିରେ ଲାରା ଚକିତ, କହିଲେ ଏମିତି କଥା

କୋହଲିଙ୍କ ନିଷ୍ପତ୍ତିରେ ଲାରା ଚକିତ, କହିଲେ ଏମିତି କଥା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ନିଷ୍ପତ୍ତି ଖବର ଜାଣି ଆଶ୍ଚର୍ୟ୍ୟ ପ୍ରକଟ କରିଛନ୍ତି କିମ୍ପଦନ୍ତି ଖୋଳଳି ବ୍ରାଏନ୍ ଲାରା। ୱେଷ୍ଟିଣ୍ଡିଜ୍ର ଏହି ଖେଳାଳି ଅଚାନକ କୋହଲିଙ୍କ ନିଷ୍ପତ୍ତି ଉପରେ ପ୍ରତିକି୍ରୟା ପ୍ରକାଶ କରି କହିଛନ୍ତି ଯେ ମୁଁ ଏକଥା ଶୁଣି ଆଶ୍ଚର୍ୟ୍ୟଚକିତ ହୋଇଯାଇଥିଲି। ମୁଁ ଭାବୁଛି କୋହଲି ଚମତ୍କାର କାମ କରିବା ସହ ସବୁ ବଡ଼ ଦଳ ବିପକ୍ଷରେ ଭଲ କରୁଥିଲେ । ଦକ୍ଷିଣ ଆଫି୍ରକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆକୁ ହରାଇଥିଲେ ମଧ୍ୟ । ଅଧିନାୟକ ଭାବେ ସେ ନିଜର ପ୍ରଥମ ଟ୍ୱେଣ୍ଟି-୨୦ ବିଶ୍ୱକପ ଖେଳିବେ । ଅଧିନାୟକ ଭାବେ ତାଙ୍କ ଟ୍ୱେଣ୍ଟି-୨୦ କ୍ୟାରିୟର ମଧ୍ୟ ବିଶ୍ୱକପ ପରେ ଶେଷ ହୋଇଯିବ। ଅବଶ୍ୟ ସେ ଯେଉଁ ପ୍ରକାର କ୍ରିକେଟ୍ ଖେଳନ୍ତି ଗୋଟିଏ ଫର୍ମାଟରୁ ଦୂରେଇ ଅନ୍ୟ ଏକ ଫର୍ମାଟରେ ଧ୍ୟାନ କେନ୍ଦ୍ରୀଭୂତ କରିବା ଭଲ ଫଳ ଦେଇପାରେ । ମୁଁ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛି। ମାତ୍ରାଧିକ ଚାପ ପାଇଁ ମୁଁ ଦୁଇ ତିନି ଥର ଅଧିନାୟକ ପଦରୁ ଇସ୍ତଫା ପ୍ରଦାନ କରିଥିଲି । ମୁଁ ଭାବୁଛି ବ୍ୟକ୍ତିଗତ କାରଣ ପାଇଁ ନୁହେଁ ବରଂ ଭାରତୀୟ କି୍ରକେଟର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କୋହଲି ଏଭଳି ନିଷ୍ପତ୍ତି ନେଇଥିବେ ।