ଖଲିଆମୁଣ୍ଡାରେ ୧୦ କେଜି ଓଜନର ଛତୁ

ଖଲିଆମୁଣ୍ଡାରେ ୧୦ କେଜି ଓଜନର ଛତୁ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ୍‌ ଖଲିଆମୁଣ୍ଡା ଗ୍ରାମରେ ଏକ ବିରଳ ଛତୁ ମିଳିଛି। ଛତୁର ଓଜନ ୧୦ କେଜି। ଖଳିଆମୁଣ୍ଡା ଗାଁର ଲୁରି କିଷାନ ଜଙ୍ଗଲକୁ ଜଙ୍ଗଲୀ ଛତୁ ଅନ୍ବେଷଣରେ ଯାଇଥିବା ବେଳେ ଏହା ଦେଖିବାକୁ ପାଇଥିଲେ। ଏହି ଛତୁର ନାଁ ଜଣାପଡ଼ି ନାହିଁ। ଏହା ଏକ ବିରଳ ପ୍ରଜାତିର ଛତୁ ବୋଲି କୁହାଯାଉଛି। ପୂର୍ବରୁ ଏତେ ବଡ଼ ଛତୁ ଦେଖି ନଥିବା ଗ୍ରାମବାସୀ କହିଛନ୍ତି। ଏହି ଛତୁକୁ ଦେଖିବା ପାଇଁ ତାଙ୍କ ଘରେ ବହୁ ଲୋକ ଜମା ହେଉଛି।