ଚନ୍ଦନଯାତ୍ରା ପାଇଁ ନୀତିନିର୍ଘଂଟ

ଚନ୍ଦନଯାତ୍ରା ପାଇଁ ନୀତିନିର୍ଘଂଟ

ଚନ୍ଦନଯାତ୍ରା ପାଇଁ ନୀତିନିର୍ଘଂଟ
ପୁରୀ: ଚନ୍ଦନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିନିର୍ଘଂଟ ହୋଇଛି । ସାଢେ ୩ଟା ବେଳେ ଚନ୍ଦନକୁ ଦିଅଁ ବିଜେ ହେବ । ଅପରାହ୍ନ ୪ଟାରେ ରଥଖଳାକୁ ଆଜ୍ଞାମାଳ ବିଜେ କରାଯିବ । ରାତ୍ର ୧୦ଟାରେ ଚନ୍ଦନ ଠାକୁରଙ୍କ ବାହୁଡା ବିଜେ ହେବ । ଦୈନନ୍ଦିନ ଚନ୍ଦନଯାତ୍ରା ନୀତି ଅନୁଯାୟୀ ୩ଟା ୩୦ରେ ଚନ୍ଦନକୁ ଦିଅଁ ବିଜେ ହେବେ । ସାଢେ ୯ଟାରେ ଚନ୍ଦନ ଠାକୁରଙ୍କ ବାହୁଡା ବିଜେ ଅନୁଷ୍ଠିତ ହେବ । ଜୁନ୍ ୩ ତାରିଖରେ ଭଉଁରୀ ଯାତ୍ରା ଅନୁଷ୍ଠିତ ହେବ । ରଥଖଳାକୁ ସାଢେ ୯ଟାରେ ଆଜ୍ଞାମାଳ ବିଜେ ନୀତି ହେବ । ଅକ୍ଷୟ ତୃତୀୟା ନୀତି ଓ ଚନ୍ଦନଯାତ୍ରା ନୀତି ବିନାଭକ୍ତରେ ଅନୁଷ୍ଠିତ ହେବ । ୧୪ରୁ ୨୧ ଯାଏଁ ମହାପ୍ରଭୁଙ୍କ ଉଭଁରୀ ଯାତ୍ରା ଯାଏଁ ୧୪୪ ଧାରା ଲାଗୁ ହେବ । ଶ୍ରୀମନ୍ଦିରଠାରୁ ମରିଚକୋଟ ଛକ ଓ ନରେନ୍ଦ୍ର ପୁଷ୍କରିଣୀ ଯାଏ ୧୪୪ ଧାରି ରହିବ ।