ଚଷମା ପିନ୍ଧିବା ଦ୍ୱାରା ନାକ ଉପରେ ପଡୁଥିବା ଚିହ୍ନକୁ କେମିତି ହଟାଇବେ, ଜାଣନ୍ତୁ ସହଜ ଉପାୟ
ଚଷମା ପିନ୍ଧିବା ଦ୍ୱାରା ନାକ ଉପରେ ପଡୁଥିବା ଚିହ୍ନକୁ କେମିତି ହଟାଇବେ, ଜାଣନ୍ତୁ ସହଜ ଉପାୟ
admin
May 8, 2021 - 06:23
Updated: May 8, 2021 - 06:23
କିଛି ଲୋକଙ୍କ ଆଖି ଦୁର୍ବଳ ହୋଇଥିବା ଯୋଗୁଁ ତାଙ୍କୁ ଚଷମା ଲଗାଇବାକୁ ପଡ଼ିଥାଏ । କିଛି ଘଣ୍ଟା ତ ଚଷମା ଲଗାଇବା ଦ୍ୱାରା ନାକରେ ଚିହ୍ନ ପଡ଼ିଯାଏ , ଯାହାକି ଦେଖିବାରେ ବହୁତ ଖରାପ ଲାଗିଥାଏ । ଯଦି ଆପଣଙ୍କ ଚେହେରାରେ ଚଷମା ଲଗାଇବା ଦ୍ୱାରା ଚିହ୍ନ ପଡ଼ିଯାଇଛି , ଆପଣ ଏହି ଚିହ୍ନ ବା ଦାଗରୁ ମୁକ୍ତି ପାଇପାରିବେ । ଏଥିପାଇଁ କୌଣସି ଔଷଧର ଆବଶ୍ୟକତା ନାହିଁ , କିଛି ଘରୋଇ ଜିନିଷରେ ଆପଣ ଏହି ସମସ୍ୟା ଦୂର କରିପାରିବେ –
ଏଲୋବେରା – ଆଲବେରା ଜେଲ୍ର ବ୍ୟବହାର କରି ନାକ ଉପରେ ପଡ଼ିଥିବା ଦାଗକୁ ହଟାଇ ପାରିବେ । ଏଲୋବେରା ଜେଲ୍କୁ ନେଇ ଏହାକୁ ଦାଗ ଥିବା ସ୍ଥାନରେ ହାଲକା ହାତରେ ମସାଜକରନ୍ତୁ।ଏଲୋବେରାରେ ମଇଶ୍ଚରାଇଜିଂ ଓ ଆଣ୍ଟି –ଏଜିଙ୍ଗ ଗୁଣ ଥାଏ , ଯାହାକି ନାକରେ ଚଷାମ ଯୋଗୁଁ ପଡ଼ିଥିବା ଚିହ୍ନକୁ କମେଇ ଦେଇଥାଏ । ଆପଣ ନକଲି ସାନିଟାଇଜର ବ୍ୟବହାର କରୁନାହାନ୍ତି ତ ? ଏମିତି କରନ୍ତୁ କ୍ୱାଲିଟି ଚେକ୍
ଆଳୁ- ନାକରେ ପଡ଼ିଥିବା ଚିହ୍ନକୁ କମ୍ କରିବା ପାଇଁ ଆପଣ ଆଳୁକୁ ମଧ୍ୟ ବ୍ୟବହାର କରିପାରିବେ । ସବୁଠୁ ପ୍ରଥମେ ଆଳୁ ରସ ନେଇ ତାକୁ ଘଷନ୍ତୁ । ଏହିରସକୁ ନେଇ ଚିହ୍ନ ପଡ଼ିଥିବା ସ୍ଥାନରେ ଲଗାନ୍ତୁ । ୧୦ରୁ ୧୫ ମିନିଟ୍ ଛାଡ଼ି ଦିଅନ୍ତୁ । ପୁଣି ପାଣିରେ ଧୋଇ ଦିଅନ୍ତୁ । ଏମିତି କରିବା ଦ୍ୱାରା ଚଷମା ପିନ୍ଧିବାରେ ପଡ଼ିଥିବା ଚିହ୍ନ କମ୍ ହୋଇଯାଏ।
ଲେମ୍ୱୁ ରସ – ଲେମ୍ୱୁ ରସ ନିଅନ୍ତୁ । କଟନ ସାହାଯ୍ୟରେ ଚିହ୍ନ ଥିବା ସ୍ଥାନରେ ଲେମ୍ୱୁ ରସ ଲଗାନ୍ତୁ । ୧୦ରୁ ୧୫ ମିନିଟ୍ ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ । ଏହା ମଧ୍ୟ ଚଷମା ଦାଗ ହଟାଇବାରେ ସାହାଯ୍ୟ କରେ ।
ମହୁ- ମହୁରେ ଆଣ୍ଟି ଏଲର୍ଜିକ , ଆଣ୍ଟି ଅକ୍ସିଡେଣ୍ଟର ଗୁଣ ଥାଏ , ଯାହା ସ୍କିନ୍ରେ କୌଣସି ବି ଦାଗକୁ ଦୂର କରିବାରେ ସାହାଯ୍ୟ କରେ। ପ୍ରଥମେ ଏକ ଚାମଚ ମହୁ ଓ ଏକ ଚାମଚ ଦୁଗ୍ଧ ନିଅନ୍ତୁ। ଉଭୟଙ୍କୁ ଭଲ ଭାବ ମିଳାଇ ଦିଅନ୍ତୁ । ଏହି ମିଶ୍ରଣକୁ ମୁହଁରେ ୧୫ ମିନିଟ୍ ପାଇଁ ଲଗାନ୍ତୁ । ଏହା ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ ।
ଗୋଲାପ ଜଳ- ଗୋଲାପ ଜଳ ସ୍କିନ୍ ପାଇଁ ବହୁତ ଲାଭଦାୟକ। ନାକରେ ଚଷମା ଦାଗକୁ ହଟାଇବା ପାଇଁ ଆପଣ ଗୋଲାପ ଜଳ ମଧ୍ୟ ବ୍ୟବହାର କରିପାରିବେ । ଗୋଲାପ ଜଳ ମୁହଁରେ ଲଗାଇବା ପାଇଁ କଟନରେ ଗୋଲାପ ଜଳର କିଛି ବୁନ୍ଦା ନିଅନ୍ତୁ । ଏହାକୁ ନାକ ଉପରେ ଦାଗ ପଡ଼ିଥିବା ସ୍ଥାନରେ ଲଗାନ୍ତୁ । ରାତିରେ ଶୋଇବା ପୂର୍ବରୁ ଗୋଲାପ ଜଳର ବ୍ୟବହାର କରିବା ଦ୍ୱାରା ଦାଗ କମ୍ ହୋଇଥାଏ ।