ଛାଡପତ୍ର ମାମଲା ଥିବା ମହିଳାଙ୍କୁ ପେନସନ୍

ଛାଡପତ୍ର ମାମଲା ଥିବା ମହିଳାଙ୍କୁ ପେନସନ୍

ଛାଡପତ୍ର ମାମଲା ଥିବା ମହିଳାଙ୍କୁ ପେନସନ୍
ଭୁବନେଶ୍ୱର:ଛାଡପତ୍ର ମାମଲା ଚାଲିଥିବା ମହିଳାଙ୍କୁ ପେନସନ୍ ମିଳିବ ବୋଲି ସରକାର ଘୋଷଣା କରିଛନ୍ତି । ସେମାନେ ମଧୁବାବୁ ପେନସନ୍ ଯୋଜନାରେ ସାମିଲ ହେବେ । ବାର୍ଷିକ ୪୦ ହଜାରରୁ କମ୍ ଆୟ ଥିବା ମହିଳାଙ୍କୁ ପେନସନ୍ ମିଳିବ । ମଧୁବାବୁ ପେନସନ ଯୋଜନାରେ ମହିଳାଙ୍କୁ ସୁବିଧା ମିଳିବ । ଛାଡପତ୍ର ମାମଲା ସମ୍ପର୍କିତ କାଗଜ ପ୍ରମାଣପତ୍ର ଭାବେ ଦେବାକୁ ପଡିବ । ପେନସନ ପ୍ରଦାନ ନେଇ ପ୍ରକ୍ରିୟା ଚାଲିଥିବା ମନ୍ତ୍ରୀ କହିଛନ୍ତି । ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।