ଟିକା ମୂଲ୍ୟ ଧାର୍ଯ୍ୟ କଲା କୋଭିସିଲ୍ଡ

ଟିକା ମୂଲ୍ୟ ଧାର୍ଯ୍ୟ କଲା କୋଭିସିଲ୍ଡ

ଟିକା ମୂଲ୍ୟ ଧାର୍ଯ୍ୟ କଲା କୋଭିସିଲ୍ଡ
ନୂଆଦିଲ୍ଲୀ: ଯେତିକି ସମୟ ଗଡୁଛି, ସଂକ୍ରମିତ ତାଲିକା ସେତିକି ଲମ୍ବୁଛି । କରୋନା ମାନଚିତ୍ରର ରଙ୍ଗ ଧୀରେ ଧୀରେ ବଦଳିବାରେ ଲାଗିଛି । ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କୋଭିସିଲଟ ଟିକା ପାଇଁ ଦର ଧାର୍ଯ୍ୟ କରିଛି ସେରମ । ରାଜ୍ୟ ସରକାରଙ୍କ ପାଇଁ ଟିକା ଡୋଜ ପିଛା ଦର ୪୦୦ ଟଙ୍କା ଧାର୍ଯ୍ୟ ହୋଇଛି । ସେହିପରି ଘରୋଇ ହସ୍ପିଟାଲ ପାଇଁ ଟିକା ଡୋଜ ୬୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ।