ଟି-୨୦ କ୍ରିକେଟରୁ ସନ୍ନ୍ୟାସ ନେଲେ ମିତାଲି ରାଜ

ଟି-୨୦ କ୍ରିକେଟରୁ ସନ୍ନ୍ୟାସ ନେଲେ ମିତାଲି ରାଜ

ଟି-୨୦ କ୍ରିକେଟରୁ ସନ୍ନ୍ୟାସ ନେଲେ ମିତାଲି ରାଜ
ନୂଆଦିଲ୍ଲୀ: ଅର୍ନ୍ତଜାତୀୟ ଟି-୨୦ କ୍ରିକେଟରୁ ଅବସର ନେଇଛନ୍ତି ଭାରତୀୟ ମହିଳା ଦଳର ପୂର୍ବତନ ଅଧିନାୟିକା ମିତାଲି ରାଜ। ଏନେଇ ଆଜି ସେ ଘୋଷଣା କରିଛନ୍ତି। ୨୦୨୧ରେ ନ୍ୟୁଜିଲାଣ୍ଡରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ପାଇଁ ସେ ଅବସର ନେଉଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି କି, ୨୦୦୬ରୁ ମୁଁ ଅର୍ନ୍ତଜାତୀୟ ଟି-୨୦ କ୍ରିକେଟରେ ଭାରତକୁ ପ୍ରତିନିଧିତ୍ୱ କରି ଆସିଛି। ଏବେ ମୁଁ ଏଥିରୁ ଅବସର ନେଇ ମୋର ପୂରା ଧ୍ୟାନ ଓ ଶକ୍ତି ୨୦୨୧ରେ ହେବାକୁ ଥିବା ବିଶ୍ୱକପ ଉପରେ ଦେବାକୁ ଚାହୁଁଛି। ମୋ ଦେଶ ପାଇଁ ବିଶ୍ୱକପ ଆଣିବାର ସ୍ୱପ୍ନ ମୋର ଆରମ୍ଭରୁ ରହିଛି। ଏବେ ମୋତେ ସୁଯୋଗ ମିଳିଥିବା ବେଳେ ମୁଁ ନିଜକୁ ପ୍ରମାଣ କରିବାକୁ ଚାହୁଁଛି। ଏ ନେଇ ବିସିସିଆଇ ପକ୍ଷରୁ ମୋତେ ସବୁବେଳେ ସମର୍ଥନ ମିଳିଥିବାରୁ ମୁଁ ଧନ୍ୟବାଦ୍‌ ଦେବାକୁ ଚାହୁଁଛି। ୨୦୦୬ ପରଠାରୁ ମିତାଲି ୮୯ଟି ମ୍ୟାଚ୍‌ ଖେଳିଥିବା ବେଳେ ସର୍ବମୋଟ ୨୩୬୪ଟି ରନ୍‌ କରିଛନ୍ତ। ଏହା ସହ ଅର୍ନ୍ତଜାତୀୟ ଟି-୨୦ କ୍ରିକେଟରେ ୨୦୦୦ରନ୍‌ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା ମିତାଲି । ଏ ପର୍ଯ୍ୟନ୍ତ ମିତାଲି ୩୨ଟି ଅର୍ନ୍ତଜାତୀୟ ଟି-୨୦ କ୍ରିକେଟ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଥିବା ଜଣାପଡ଼ିଛି।