ଡାକ୍ତରଙ୍କ ଡେପୁଟେସନ ବାତିଲ ଦାବୀରେ ଉପଜିଲାପାଳକୁ ଘେରିଲେ ଲୋକେ

ଡାକ୍ତରଙ୍କ ଡେପୁଟେସନ ବାତିଲ ଦାବୀରେ ଉପଜିଲାପାଳକୁ ଘେରିଲେ ଲୋକେ

ଡାକ୍ତରଙ୍କ ଡେପୁଟେସନ ବାତିଲ ଦାବୀରେ ଉପଜିଲାପାଳକୁ ଘେରିଲେ ଲୋକେ
ଗୁଡଭେଲା/ତୁଷୁରା - ବଲାଙ୍ଗିର ଜିଲା ଗୁଡଭେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଲାଗି ରହିଥିବା ବେଳେ ଦୁଇ ଜଣ ଏମବିବିଏସ ଡାକ୍ତରଙ୍କ ମଧ୍ୟରୁ ଜଣକୁ ଜିଲା ସ୍ୱାସ୍ଥ୍ୟ ବିଭାଗ ଟିଟିଲାଗଡକୁ ଡେପୁଟେସନରେ ପଠାଇବା ଖବର ପ୍ରଚାର ହେବା ପରେ ଶନିବାର ପ୍ରାୟ ୫ଟାରୁ ୬ଟା ପର୍ଯ୍ୟନ୍ତ ବଲାଙ୍ଗିର ଉପଜିଲାପାଳଙ୍କୁ ଏକ ଘଣ୍ଟା ଧରି ଲୋକେ ଘେରାଉ କରିଥିଲେ । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ କର୍ମଚାରୀଙ୍କ ସହ ବୈଠକ କରିବା ପାଇଁ ଉପଜିଲାପାଳ ଗୁଡଭେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ । ଏହି ଖବର ପାଇଁ ନିତ୍ୟା ଭୋଇ, ରମାକାନ୍ତ ମହାପାତ୍ର, ବୈଶାଖୂ ପୋଢ, ମୋହନ ମାଝୀ, ପରମେଶ୍ୱର ସାହୁ, ର୍ଶ୍ରଧର ମାଝୀ, ଅଚୁ୍ୟତ କୁମର, ପୁଷ୍ପାଞ୍ଜଳୀ କୁମ୍ଭାର,ମୁରଳି ଭୋଇ, ରୁନ୍ଦ୍ର ବାଗ ଆଦି ଶତାଧି ଲୋକ ଉପଜିଲାପାଳକୁ ଭେଟି ଏକ ଦାବୀପତ୍ର ଦେବା ସହ ଆଲୋଚନା କରିଥିଲେ । କିନ୍ତୁ ଆଲୋଚନା ବିଫଳ ହେବାରୁ ଲୋକେ ଉପଜିଲାପାଳଙ୍କୁ ପ୍ରାୟ ଏକ ଘଣ୍ଟା ଘେରାଓ କରିଥିବା ବେଳେ ଆବଶ୍ୟକ ଡାକ୍ତର ନ ଆସିବା ପର୍ଯ୍ୟନ୍ତ ଏଠାରୁ କାହାକୁ ରିଳିଫ କରି ଡେପୁଟେସନରେ ପଠାଯିବ ନାହିଁ ବୋଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରି ସୁମିତ କୁମାର ମେହେର ପ୍ରତିଶୃତି ଦେବା ପରେ ଆନେ୍ଦାଳନକାରୀ ମାନେ ଶାନ୍ତ ରହିଥିଲେ । ଦାବି ପତ୍ରରେ ଦର୍ଶାଇଥିଲେ ଯେ, ବଲାଙ୍ଗିର ଜିଲାରେ ଅନୁନ୍ନତ ବ୍ଳକ ଭାବେ ଗୁଡଭେଲା ବ୍ଳକ ପରିଚିତ ହୋଇଥିବା ବେଳେ ଏହି ବ୍ଳକର ସ୍ୱାସ୍ଥ୍ୟ ସେବା ଉନ୍ନତ କରିବା ପାଇଁ ଗୁଡଭେଲା ବ୍ଳକ ମହାକୁମାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଳିଛିନ୍ତି । ଏହି ଚିକିସôାଳୟରେ ଆବଶ୍ୟକ ଡାକ୍ତର ନଥିବାରୁ ଆୟୁଷ ଡାକ୍ତର ମାନେ ମଧ୍ୟ କାମ ଚଲାଇ ଦେଉଛନ୍ତି । ଏପରି ପରିପେକ୍ଷୀରେ ଦୁଇ ଜଣ ଏମବିବିଏସ ଡାକ୍ତରଙ୍କ ମଧ୍ୟରୁ ଜଣକୁ ଜିଲା ସ୍ୱାସ୍ଥ୍ୟ ବିଭାଗର ପତ୍ର ସଂଖ୍ୟା ୫୫୩୮/ତା.୬-୧୨-୧୯ରେ ଡେପୁଟେସନରେ ଟିଟିଲାଗଡ ପଠାଇ ଦେଇଛନ୍ତି । ଏପରିକି ଜଣେ ଆୟୁଷ ଡାକ୍ତର ପ୍ରାୟ ଏକ ମାସ ହେଲାଣି କାର୍ଯ୍ୟ ନକରି ଦରମା ନେବା ପାଇଁ ପ୍ରସ୍ତୁତି ଚଲାଇଛନ୍ତି । ଏପରି ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବା ବଦଳରେ ଯେଉଁ ଡାକ୍ତର ରୋଗୀ ସେବା କରୁଛନ୍ତି ତାଙ୍କୁ ରାଜନୈତିକ ଚାପରେ ଡେପୁଟେସନ ପଠାଯାଉଛି । ଯଦି ଆଗାମୀ ଦିନରେ ଆବଶ୍ୟକ ଡାକ୍ତର ନ ଯୋଗଇ ଏପରି ଡେପୁଟେସନରେ ଏଠାରୁ ଡାକ୍ତର ନିଆଯିବା ପାଇଁ ଜିଲା ସ୍ୱାସ୍ଥ୍ୟ ବିଭାଗ ଯୋଜନା କଲେ ଆନେ୍ଦାଳନ ଆହୁରି ବ୍ୟାପକ କରାଯିବ ବୋଳି ଦାବୀ ପତ୍ରରେ ଦର୍ଶାଇଛନ୍ତି । ଏନେଇ ଉପଜିଲାପାଳ ସଞ୍ଜୟ ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ ଯେ, ମୁଁ ଏକ କେଶର ତଦନ୍ତ ପାଇଁ ଆସିଥିଲି ତାହା ସରି ନାହିଁ, ଆଉ ଏ ଅଞ୍ଚଳବାସୀଙ୍କ ସମସ୍ୟା ମଧ୍ୟ ଉପର ଅଧିକାରୀଙ୍କୁ ଜଣାଇବି ବୋଳି କହିଥିଲେ ।