ଦିଲ୍ଲୀରେ ଚାଲିଛି ଲଜ୍ଜା: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ଦିଲ୍ଲୀରେ ଚାଲିଛି ଲଜ୍ଜା: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ଦିଲ୍ଲୀରେ ଚାଲିଛି ଲଜ୍ଜା: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ
ଦିଲ୍ଲୀ ହିଂସାକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ତାଙ୍କ ନେତୃତ୍ୱରେ, ପ୍ରିୟଙ୍କା ଗାନ୍ଧୀ, ମନମୋହନ ସିଂ, ଆନନ୍ଦ ଶର୍ମା, ରଣଦୀପ ସୂରଜେବାଲା ରାମନାଥ କୋବିନ୍ଦଙ୍କୁ ଭେଟି ସ୍ମାରକ ପତ୍ର ଦେଇଛନ୍ତି । ରାଷ୍ଟ୍ରପତିଙ୍କୁ ଭେଟିବା ପରେ ସୋନିଆ କହିଛନ୍ତି, କେନ୍ଦ୍ର ଗୃହମନ୍ତ୍ରାଳୟ ଓ ଦିଲ୍ଲୀ ପୁଲିସ ହିଂସା ରୋକିବାରେ ବିଫଳ ହୋଇଛନ୍ତି । ହିଂସାରେ ୩୫ ଜଣଙ୍କ ମୃତ୍ୟୁ ଓ କୋଟିଏ ଟଙ୍କାର ସଂପତି ନଷ୍ଟ ହୋଇଛି । ହିଂସାକାଣ୍ଡ ଭିଆଇଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଓ କ୍ଷତିଗ୍ରସ୍ତ ସହୟତା ଦେବାକୁ ସ୍ମାରକ ପତ୍ରରେ ଦାବି କରାଯାଇଥିବା କହିଛନ୍ତି ସୋନିଆ । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି, ଦିଲ୍ଲୀରେ ଏବେ ଯାହା ଚାଲିଛି, ତାହା ଲଜ୍ଜା ଜନକ । ସେପଟେ, ଦିଲ୍ଲୀ ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି । ଜିଟିବି ହସ୍ପିଟାଲରେ ଆଜି ଚିକିତ୍ସାଧିନ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ପରେ କେବଳ ଜିଟିବି ହସ୍ପିଟାଲରେ ମୋଟ ମୃତକଙ୍କ ସଂଖ୍ୟା ୨୭ରେ ପହଂଚିଛି । ସେହିପରି ଆଜି ଏଲଏଲଜେପିରେ ୨ ଆହତ ଓ ଜଗପ୍ରବେଶ ଚନ୍ଦ୍ର ମେଡିକାଲରେ ଚିକିତ୍ସିତ ହେଉଥିବା ଆହତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟଜଣେ ଦିଲ୍ଲୀ ପୁଲିସର ହେଡ କନେଷ୍ଟବଳ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି । ଏଥିସହ ଦିଲ୍ଲୀ ହିଂସାରେ ୨ ପୁଲିସ କର୍ମଚାରୀ ଓ ଜଣେ ଆଇବି ଅଧିକାରୀଙ୍କ ମୃତ୍ୟୁ ହୋଇଛି । ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତ୍ୟୁନେଇ ଆଜି ବିଜେପି ନେତା କପିଲ ମିଶ୍ରା ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡ ପଛରେ ଆପ ନେତା ତଥା ମୁନସିପାଲଟି କାଉନସିଲର ତାହିର ହୁସେନଙ୍କ ହାତ ଅଛି ।