ଦିଲ୍ଲୀରେ ନବୀନ-ଧର୍ମେନ୍ଦ୍ର ଆଲୋଚନା, ରାଜନୀତିରେ ହଟଚମଟ

ଦିଲ୍ଲୀରେ ନବୀନ-ଧର୍ମେନ୍ଦ୍ର ଆଲୋଚନା, ରାଜନୀତିରେ ହଟଚମଟ

ଦିଲ୍ଲୀରେ ନବୀନ-ଧର୍ମେନ୍ଦ୍ର ଆଲୋଚନା, ରାଜନୀତିରେ ହଟଚମଟ
ନୂଆଦିଲ୍ଲୀରୁ ବସନ୍ତ କୁମାର : ଇଭିଏମରେ ସିଲ ହୋଇଯାଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଅନେକ ଆଶା ଓ ଆଶଙ୍କାକୁ ଜାବୁଡ଼ି ଧରି ଅଙ୍କ କଷୁଛନ୍ତି ନେତା, କର୍ମୀ ଓ ସମର୍ଥକ । କ’ଣ ହେବ ୨୦୧୯ର ଫଳାଫଳ ? କିଏ ଜିତିବ, କିଏ ହାରିବ ? ଯଦି ବିଜେଡ଼ି କମିଯାଏ ତେବେ କାହା ସହ କରିବ ମେଂଟ? କେନ୍ଦ୍ରରେ ଯଦି ଏନଡ଼ିଏ ସଂଖ୍ୟା ଗଣିତରେ ଫେଲ ମାରେ ତେବେ କ’ଣ ରହିବ ବିଜେଡ଼ିର ଆଭିମୁଖ୍ୟ ? ଦଶ ବର୍ଷ ପରେ ନିଜ ନିଜ ରାଜନୀତିକ ଆଶା ଆକାଂକ୍ଷାକୁ ଚରିତାର୍ଥ କରିବା ପାଇଁ ଉଭୟ ବିଜେଡ଼ି ଓ ବିଜେପିର ପୁନର୍ମିଳନ ହେବନି ତ ? ରାଜନୀତିକ ଆକାଶରେ ଏମିତି ଅନେକ ଅନୁଶୀଳନର ବାଦଲ ଘୂରି ବୁଲୁଛି । ତେବେ ଦିଲ୍ଲୀ ବିମାନବନ୍ଦରର ଅଦ୍ଭୂତ ଦୃଶ୍ୟ ଏବେ ଜାତୀୟ ଓ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ୪୮ ଘଂଟା ତଳେ ଯେଉଁ ନେତାମାନେ ପରସ୍ପର ବିରୋଧରେ କୁତ୍ସାରଟନା କରିବା ସହ ଯୁଦ୍ଧଂଦେହୀ ଡାକରା ଦେଉଥିଲେ, ଯେଉଁମାନେ ଶପଥ ଗ୍ରହଣ ଉତ୍ସବ ପାଇଁ ପରସ୍ପରକୁ ନିମନ୍ତ୍ରଣ ଦେଇଥିଲେ ଏବେ ସେମାନଙ୍କ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ସୃଷ୍ଟି ହେବା ସ୍ୱାଭାବିକ । ଦିଲ୍ଲୀ ବିମାନବନ୍ଦରରେ ସମାନ ଘଟଣା ଦେଖିବାକୁ ମିଳିଛି । ରାଜ୍ୟ ରାଜନୀତିର ଦୁଇ ତାରକା ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ବେଶ କିଛି ସମୟ ଆଲୋଚନା ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ନବୀନଙ୍କୁ ଦେଖିବା ପରେ ଧର୍ମେନ୍ଦ୍ର ଅଧା ନଇଁ ନମସ୍କାର ଜଣାଇଥିଲେ । ପରେ ନବୀନ ସ୍ମିତହାସ୍ୟ ସହ କରମର୍ଦ୍ଧନ କରିଥିଲେ । ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ଦଶମିନିଟ କାଳ ଆଲୋଚନା ବି ହୋଇଥିଲା । ଉଭୟ ରାଜ୍ୟ ଓ ଜାତୀୟ ରାଜନୀତି ସମ୍ପର୍କରେ ଭାବ ବିନିମୟ ହୋଇଥିବା କୁହାଯାଉଛି । ଉଭୟଙ୍କ ମଧ୍ୟରେ ପରେ ଗୁପ୍ତ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଥିଲେ ମଧ୍ୟ ଏନେଇ ସ୍ପଷ୍ଟ ହୋଇପାରିନାହିଁ । ଏମିତିକି କେତେକଙ୍କ ମତରେ ପୁଣି ବିଜେଡ଼ି ଓ ବିଜେପି ମଧ୍ୟରେ ମେଂଟ ହେବାକୁ ଯାଉଥିବାବେଳେ ନବୀନ ମୁଖ୍ୟମନ୍ତ୍ରୀ ଓ ଧର୍ମେନ୍ଦ୍ର ଉପମୁଖ୍ୟମନ୍ତ୍ରୀ ହେବେବୋଲି କୁହାଯାଉଛି । ତେବେ ମେ’ ୨୩ ପରେ କେଉଁ ପାଣି କୁଆଡେ଼ ଯିବ ତାହା ସ୍ପଷ୍ଟ ହେବ ।