ଦୁଇ ଗଣମାଧ୍ୟମ ଚ୍ୟାନେଲ ବିରୋଧରେ ମାନହାନି ମୋକଦ୍ଧମା

ଦୁଇ ଗଣମାଧ୍ୟମ ଚ୍ୟାନେଲ ବିରୋଧରେ ମାନହାନି ମୋକଦ୍ଧମା

ଦୁଇ ଗଣମାଧ୍ୟମ ଚ୍ୟାନେଲ ବିରୋଧରେ ମାନହାନି ମୋକଦ୍ଧମା
ମୁମ୍ବାଇ : ବଲିଉଡ କଳାକାରଙ୍କୁ ଡ୍ରଗ୍ସ ସେବନକାରୀ କହିଥିବା କାରଣରୁ ଦୁଇଟି ଗଣମାଧ୍ୟମ ଚ୍ୟାନେଲ ବିରୋଧରେ ମାନହାନି ମୋକଦ୍ଧମା ଦାୟର କରାଯାଇଛି । ଦୁଇ ଗଣମାଧ୍ୟମ ଚ୍ୟାନେଲ ଟାଇମ୍ସ ନାଓ ଏବଂ ରିପବ୍ଲିକ ଟିଭି ବିରୋଧରେ ଏହି ମାମଲା ରୁଜୁ କରାଯାଇଛି । ଦିଲ୍ଲୀ ହାଇକୋର୍ଟରେ ରିପବ୍ଲିକ୍ ଟିଭିର ଅର୍ଣ୍ଣବ ଗୋସ୍ୱାମୀ ଏବଂ ପ୍ରଦୀପ ଭଣ୍ଡାରୀଙ୍କୁ ନୋଟିସ ଜାରି କରାଯାଇଥିବା ବେଳେ ଟାଇମ୍ସ ନାଓର ରାହୁଲ ଶିବଶଙ୍କର ଏବଂ ନାଭିକା କୁମାରଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରେ ଏହି ଦୁଇ ଗଣମାଧ୍ୟମ ଚ୍ୟାନେଲ ପକ୍ଷରୁ ସମୁଦାୟ ବଲିଉଡ କଳାକାରଙ୍କୁ ଡ୍ରଗ୍ସ ସେବନକାରୀ ଭାବରେ ସମ୍ବୋଧନ କରିଥିଲେ । ବଲିଉଡର ସୁପରଷ୍ଟାର ଆମିର ଖାନ, ଶାହରୁଖ ଖାନ, ସଲମାନ ଖାନ, ଅଜୟ ଦେବଗନ, କରନ ଜୋହର, ଆଦିତ୍ୟ ଚୋପ୍ରା ଏବଂ ଫରହାନ ଅଖତରଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏହି ମାନହାନି ମୋକଦ୍ଧମା ଦାୟର କରାଯାଇଥିଲା ।