ଦେଶରେ ଦ୍ୱିତୀୟ ଲହର ଭୟଙ୍କର ହେବାରେ ନିର୍ବାଚନ କମିଶନ ଦାୟୀ: ମାଡ୍ରାସ ହାଇକୋର୍ଟ

ଦେଶରେ ଦ୍ୱିତୀୟ ଲହର ଭୟଙ୍କର ହେବାରେ ନିର୍ବାଚନ କମିଶନ ଦାୟୀ: ମାଡ୍ରାସ ହାଇକୋର୍ଟ

ଦେଶରେ ଦ୍ୱିତୀୟ ଲହର ଭୟଙ୍କର ହେବାରେ ନିର୍ବାଚନ କମିଶନ ଦାୟୀ: ମାଡ୍ରାସ ହାଇକୋର୍ଟ
ଚେନ୍ନାଇ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ନିର୍ବାଚନ କମିଶନଙ୍କ ଉପରେ ବର୍ଷିଛନ୍ତି ମାଡ୍ରାସ ହାଇକୋର୍ଟ । ରାଜନୈତିକ ଶୋଭାଯାତ୍ରା ଓ ସମାବେଶ ଉପରେ ନିର୍ବାଚନ କମିଶନ ଲଗାମ ଲଗାଇବାରେ ବିଫଳ ହୋଇଛନ୍ତି ବୋଲି ହାଇକୋର୍ଟ କହିଛନ୍ତି । ଏକ ପିଟିସନର ଶୁଣାଣୀ କରି ମୁଖ୍ୟ ବିଚାରପତି ଜଷ୍ଟିସ ସଂଜୀବ ବାନାର୍ଜୀ ଓ ଜଷ୍ଟିସ ସେନ୍ଥିଲକୁମାର ରାମମୁର୍ଥô ଖଣ୍ଡପୀଟ କହିଛନ୍ତିଯେ, ଦେଶରେ ଦ୍ୱିତୀୟ ଲହର ଭୟଙ୍କର ହେବାରେ ନିର୍ବାଚନ କମିଶନ ଦାୟୀ , ନିର୍ବାଚନ ରାଲିକୁ ନିୟନ୍ତ୍ରଣ କରିବାରେ ନିର୍ବାଚନ କମିଶନ ବିଫଳ ହୋଇଛନ୍ତି । ଅନେକ ପିଟିସନର ରାଜନୈତିକ ଶୋଭାଯାତ୍ରାରେ କୋଭିଡ଼ ପ୍ରୋଟୋକଲର ଉଲ୍ଳଂଘନ ହେଉଛି ବୋଲି ଦର୍ଶାଇଥିଲେ ବି ଇସିଆଇ ଚେତିନାହାନ୍ତି । ଏନେଇ ଠୋସ ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ହାଇକୋର୍ଟ ତୀବ୍ର ସମାଲୋଚନା କରିଛନ୍ତି ।