ନାଗରିକ ସଂଶୋଧନ ବିଲ ଆଗତ ସପକ୍ଷରେ ୨୯୩ ଭୋଟ
ନାଗରିକ ସଂଶୋଧନ ବିଲ ଆଗତ ସପକ୍ଷରେ ୨୯୩ ଭୋଟ
admin
Dec 9, 2019 - 11:01
Updated: Dec 9, 2019 - 11:01
ନୂଆଦିଲ୍ଲୀ: ଲୋକସଭାରେ ସୋମବାର ଆଗତ ହୋଇଛି ନାଗରିକ ସଂଶୋଧନ ବିଲ । ଏହି ବିଲକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଗତ କରିଛନ୍ତି । ତେବେ ବିଲକୁ ବିରୋଧ କରି ବିରୋଧୀ ସଦସ୍ୟମାନେ ହୋ ହଲ୍ଲା କରିଛନ୍ତି । ଏହା ପରେ ବିଲ ଉପସ୍ଥାପନ ହେବାନେଇ ସଂସଦରେ ଭୋଟିଂ କରାଯାଇଥିଲା । ସଂଦରେ ମୋଟ ୩୭୫ଜଣ ସଦସ୍ୟ ଉପସ୍ଥିତ ଥିବାବେଳେ ବିଲ ଉପସ୍ଥାପନ ସପକ୍ଷରେ ୨୯୩ ଜଣ ଭୋଟ ଦେଇଛନ୍ତି । ଅନ୍ୟପକ୍ଷରେ ବିଲ ଉପସ୍ଥାପନ ବିରୋଧରେ ୮୨ଜଣ ଭୋଟ ଦେଇଛନ୍ତି ।
ଆଜି ଲୋକସଭାରେ ଏହି ସଂଶୋଧନ ବିଧେୟକ ମଞ୍ଜୁରୀ ଲାଭ କଲେ, ଆସନ୍ତା କଲି ଏହାକୁ ରାଜ୍ୟସଭାର ଅନୁମୋଦନ ପାଇଁ ଆଗତ କରାଯିବ। ବିଧେୟକକୁ ବିଜେପି, ଜନତା ଦଳ ୟୁନାଇଟେଡ଼, ଅକାଳି ଦଳ ଏବଂ ଲୋକ ଜନଶକ୍ତି ଦଳ ସମର୍ଥନ କରୁଥିବା ବେଳେ କଂଗ୍ରେସ, ତୃଣମୂଳ କଂଗ୍ରେସ, ବାମପନ୍ଥୀ ଦଳ ଏବଂ ସମାଜବାଦୀ ପାର୍ଟି ବିରୋଧ କରୁଛନ୍ତି। ବିରୋଧୀ କଂଗ୍ରେସ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଲୋକସଭାରେ ବିଧେୟକଙ୍କୁ ବିରୋଧ କରି କହିଛନ୍ତି, ଦେଶର ସଂଖ୍ୟାଲଘୁଙ୍କୁ ଲକ୍ଷ୍ୟ କରି ଏହି ସଂଶୋଧନ ବିଧେୟକ ଆଗତ କରାଯାଇଛି। ସେ କହିଛନ୍ତି ଅନୁଛେଦ ୧୩ ଏବଂ ୧୪କୁ ଦୁର୍ବଳ କରିବାକୁ ବିଜେପି ଚେଷ୍ଟା କରୁଛି।
ବିଧେୟକ ଆଗତ କରି ଅମିତ ଶାହା କହିଛନ୍ତି, ନାଗରିକତା ସଂଶୋଧନ ବିଧେୟକ ଭାରତରେ ବସବାସ କରୁଥିବା ସଂଖ୍ୟାଲଘୁଙ୍କ ବିରୋଧରେ ଯାଉନାହିଁ। କଂଗ୍ରେସକୁ ଲକ୍ଷ୍ୟ କରି ଶାହା କହିଛନ୍ତି ଯେ ସେ ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଅଛନ୍ତି କିନ୍ତୁ କଂଗ୍ରେସ ସଦସ୍ୟମାନେ ୱାକ ଆଉଟ ନ କରିବା ଉଚିତ।