ପିକେ ସେଟରେ ଦିନକୁ ୧୦ ରୁ ୧୫ ପାନ ଖାଉଥିଲେ ଅମୀର

ପିକେ ସେଟରେ ଦିନକୁ ୧୦ ରୁ ୧୫ ପାନ ଖାଉଥିଲେ ଅମୀର

ପିକେ ସେଟରେ ଦିନକୁ ୧୦ ରୁ ୧୫ ପାନ ଖାଉଥିଲେ ଅମୀର
ବଲିଉଡର ମିଷ୍ଟର ପରଫେକସନିଷ୍ଟ ଆମିର ଖାନ ପ୍ରତିଟି ଚରିତ୍ରକୁ ନ୍ୟାୟ ଦେବାକୁ ପ୍ରାଣପ୍ରଣେ ଚେଷ୍ଟା କରନ୍ତି । ତାଙ୍କର ପ୍ରତିଟି ଅଭିନୟ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ଛାପ ଛାଡ଼ିଯାଏ । ତେଣୁ ୨ ବର୍ଷକୁ ଥରେ ଆସୁଥିବା ଆମିରଙ୍କ ଚଳଚ୍ଚିତ୍ର ପାଇଁ ଦର୍ଶକ ଅନେଇ ବସନ୍ତି । ତେବେ ‘ପିକେ’ ଚଳଚ୍ଚିତ୍ର ପାନୁଆଙ୍କ ଭଳି ଦେଖାଯିବା ପାଇଁ ଆମିର ଦୈନିକ ୧୦ ରୁ ୧୨ଟି ପାନ ଖାଉଥିଲେ । ଏକ୍ଥା ଖୁବ କମ ଲୋକ ଜାଣନ୍ତି । ଖାଲି ସେତିକି ନୁହେଁ, ଆମିରଙ୍କ ପାଇଁ ସୁଟିଂ ସେଟରେ ସ୍ୱତନ୍ତ୍ର ପାନ ଷ୍ଟଲ ମଧ୍ୟ ପକାଯାଉଥିଲା । ଜୀବନରେ କେବେ ପାନ ଖାଇନଥିବା ଆମିର ପିକେ ସୁଟିଂ ସମୟରେ କେତେ ଯେ ପାନ ଖାଇଛନ୍ତି ତାହାର ହିସାବ ନାହିଁ । ଏଥିରୁ କାମ ପ୍ରତି ଆମିରଙ୍କ ଉତ୍ସର୍ଗୀକୃତ ମନୋଭାବ ସ୍ପଷ୍ଟ ବାରି ହେଉଛି ।