ପୁର୍ବତନ ବିଧାୟକ ଅନାମ ନାଏକଙ୍କ ଠିକଣା ଜେଲ ହାଜତ

ପୁର୍ବତନ ବିଧାୟକ ଅନାମ ନାଏକଙ୍କ ଠିକଣା ଜେଲ ହାଜତ

ପୁର୍ବତନ ବିଧାୟକ ଅନାମ ନାଏକଙ୍କ ଠିକଣା ଜେଲ ହାଜତ
କଟକ/ଭବାନୀପାଟଣା - ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ନିର୍ବାଚନମଣ୍ଡଳୀର ବିଜେଡିର ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ କରିଛି । କଟକର ନିଆଳିରୁ ଗିରଫ ଅନାମଙ୍କୁ ରାତି ପ୍ରାୟ ସାଢେ଼ ୯ଟାରେ ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ତେବେ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଗତ ୧୭ ତାରିଖ ଦିନ ସକାଳେ ଶ୍ରୀ ନାଏକଙ୍କ ଭବାନୀପାଟଣା ସହରସ୍ଥିତ ନକଟିଗୁଡ଼ା ବାସଭବନ, ପୁରୁଣାପଡ଼ା ଛକ ନିକଟ ନିର୍ମାଣାଧୀନ ଲଜ୍ ଓ ମଦନପୁର - ରାମପୁରସ୍ଥିତ ଶ୍ରୀରାମ କ୍ରିଷ୍ଣା ଲଜ୍ ଉପରେ ଏକକାଳୀନ ତିନିଟି ଟିମ୍ ଚଢ଼ଉ କରିଥିଲେ । ଭବାନୀପାଟଣାଠାରେ ତିନି ମହଲା କାଠା ତଥା ମଦନପୁର-ରାମପୁରଠାରେ ତାଙ୍କ ସ୍ତ୍ରୀଙ୍କ ନାଁରେ ଲଜ୍ ଓ ବିଦେଶୀ ମଦ ଦୋକାନ ରହିଛି । ବହୁ ପରିମାଣର ଜମି ଓ ଅନ୍ୟାନ୍ୟ ସମ୍ପତ୍ତିର କାଗଜପତ୍ର ଭିଜିଲାନ୍ସର ଜବତ କରିଥିଲା । ୧୯୯୦ ମସିହାରେ ଅନାମ ଜିଲ୍ଲାପାଳ କାର୍ଯ୍ୟାଳୟଠାରେ କନିଷ୍ଠ କିରାଣି ଭାବେ ଯୋଗ ଦେଇଥିଲେ । ପରେ ଭବାନୀପାଟଣା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟ କରିଥିଲେ । ୨୦୦୫ ମସିହାରେ ସରକାରୀ କିରାଣି ପଦରୁ ସ୍ୱେଚ୍ଛାକୃତ ଅବସର ନେଇ କଂଗ୍ରେସ ଟିକଟରେ ଭବାନୀପାଟଣା ସଦର ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହୋଇଥିଲେ । ଏହି ନିର୍ବାଚନରେ ସେ ପରାଜିତ ହୋଇଥିଲେ । ସେତେବେଳେ ସେ ତାଙ୍କ ନିର୍ବାଚନୀ ଏଫିଡେଫିଟ୍ରେ ସମ୍ପତ୍ତି ପରିମାଣ ମୋଟ ୩୫ ଲକ୍ଷ ଟଙ୍କା ଉଲ୍ଲେଖ କରିଥିଲେ । ୨୦୧୪ ମସିହାରେ ସେ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହି ସମୟରେ ଖଣି ଲିଜ୍ ପାଇଁ ଲାଞ୍ଚ କାରବାର ଅଭିଯୋଗର ଏକ ଷ୍ଟିଙ୍ଗ୍ ଅପରେସନର କ୍ୟାମେରାରେ ଧରାପଡ଼ିଥିଲେ ।